STORYMIRROR

Rabindra Kumar Shasamalla

Others

3  

Rabindra Kumar Shasamalla

Others

କବିତା କୁ କଥା ଦେଲି

କବିତା କୁ କଥା ଦେଲି

1 min
136


ମୋ ଭାବନାରେ ସିଏ ଆସୁଛି ବୋଲି

ଖୁସିରେ ମୋ ଛାତି ଯାଉଛି ଫୁଲି 

ଦୁଃଖ ସବୁ ଯାଏ ଭୁଲି 

ପ୍ରାଣ ପ୍ରିୟା କରି ରଖିଛି ରଖିବି 

କବିତା କୁ କଥା ଦେଲି ।।


ତା' ସାଥିରେ ସାଥୀ ହୋଇଛି ବୋଲି

ସବୁ କଥା ତାକୁ କହୁଛି ଖୋଲି

ନାମ ତା' ରଖିଛି ଗେହ୍ଲି 

ତା' ପ୍ରେମ ପୂଜାରୀ ରହିଛି ରହିବି 

କବିତାକୁ କଥା ଦେଲି ।।


ନିଃସ୍ୱାର୍ଥ ପ୍ରେମ ତା' ଦେଖିଲି ବୋଲି

ପ୍ରେମିକ ପଣ ମୋ ଜାଗ୍ରତ କଲି

କବିତା ମୋ ଚୁଲୁବୁଲି 

ତା' ପ୍ରତି ପ୍ରେମ ମୋ ଊଣା କରିବିନି 

କବିତାକୁ କଥା ଦେଲି ।।


କେଉଁ ଜନ୍ମେ ପୂଣ୍ୟ କରିଛି ବୋଲି

ଏ ଜନ୍ମେ ତା' ସାଥେ ଭେଟ ମୁଁ ହେଲି 

ନିଜକୁ ଧନ୍ୟ ମଣିଲି 

କଳଙ୍କିତ ତାକୁ ହେବାକୁ ଦେବିନି

କବିତାକୁ କଥା ଦେଲି ।।


କବିତା ଛନ୍ଦରେ ମଜ୍ଜିଲି ବୋଲି

କବିତାର ମୟ ଦିଶିଲା ଖାଲି 

କବିତାରେ ହଜିଗଲି 

କଳ୍ପନା ଜଳ୍ପନା କରିବି ତାହାର 

କବିତାକୁ କଥା ଦେଲି ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍