Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra Kumar Shasamalla

Others

4  

Rabindra Kumar Shasamalla

Others

ପ୍ରିୟାର ପ୍ରେରଣା

ପ୍ରିୟାର ପ୍ରେରଣା

1 min
410



ପ୍ରେମ ଅନୁରାଗ ତାଳ ମେଳ ଢଙ୍ଗ

ମୋତେ ତ ଥିଲା ଅଜଣା

ଏବେ ମୋର ସବୁ ସଜାଡି ହୋଇଲା

ପାଇ ପ୍ରିୟାର ପ୍ରେରଣା ।


ସୁଖ ଦୁଃଖ ଦୁହେଁ ବାଣ୍ଟୁଥାଉ ନିତି

ଦୁହେଁ ଦୁହିଁଙ୍କ ଭିତରେ

ଛୋଟ ବଡ଼ ଭାବ ଦୂରେଇ ଦେଇଛୁ

ଆମ ଏ ସମ୍ପର୍କତା ରେ ।


ବେଳେବେଳେ ପ୍ରିୟା ପ୍ରଶ୍ନ ମୋତେ କରେ

ସତେକି ପାଉଛ ଭଲ

କି ତମେ ମୋ ସହ କଥା ହେବା ପାଇଁ

ଚଲେଇଛ ଗୋଟେ ଗେଲ ।


ମୁଁ ତାକୁ କୁହ‌ଇ ଶୁଣ ପ୍ରିୟସହି

ମୋତେ ସେମିତି ଭାବନା

ପ୍ରେମ ଭଳି ଏଇ ପବିତ୍ର ଶଦ୍ଦରେ

ଛଳନା ମୋତେ ଆସେନା ।


ମୋ କଥା ଶୁଣିଣ ନୀଳ ନୟନା ଯେ

ମୁରୁକି ହସ ହସିଲା

କହିଲା ହେ ପ୍ରିୟ ତୁମରି ଏ ପ୍ରେମ

ହୃଦୟେ ମୋର ରହିଲା ।


ତଥାପି ସରିନି ତା' ମନରୁ ଦ୍ଵନ୍ଦ

କରି ଚାଲିଛି ସେ ପ୍ରଶ୍ନ

କହୁଛି ମୋତେ ସେ ଭୁଲି ଯାଏ ଯଦି

ରଖିବକି ମୋର ଚିହ୍ନ ।


ମୁଁ ମଧ୍ୟ କହିଲି ପ୍ରେମ ମୁଁ କରୁଛି

ନେଉଛି ଦେଖ ପ୍ରତିଜ୍ଞା

ତୁମ ପ୍ରେମ ପ୍ରତି ସ୍ନେହ ଶ୍ରଦ୍ଧା ମୋର

ନୋହିବ କେବେ ଅବଜ୍ଞା ।


ପ୍ରିୟତମା ହୋଇ ପ୍ରେମଠୁ ଅଧିକ

ପ୍ରେରଣା ଦେଇଛ ମୋତେ

ସେହି ପ୍ରେରଣାକୁ ହୃଦୟେ ସାଇତି

ରଖିବି ଗୋ ବିଧିମତେ ।


    


Rate this content
Log in