STORYMIRROR

Rabindra Kumar Shasamalla

Others

4  

Rabindra Kumar Shasamalla

Others

ରହିଯାଏ ଅବଶୋଷ

ରହିଯାଏ ଅବଶୋଷ

1 min
357


ସମ୍ପୂର୍ଣ୍ଣ ବିଶ୍ଵାସ ସମର୍ପୁଛି ଯିଏ

ତୁମକୁ ଭରସା କରି 

ଭରସା ତାହାର ଭାଙ୍ଗି ଦିଅ ନାହିଁ 

ଅବିଶ୍ବାସ ଟେକା ମାରି ।।


ତୁମ ଇଚ୍ଛା ତୁମେ ପୂରଣ କରୁଛ

ଅନ୍ୟ ଇଚ୍ଛା କରି ଫିକା 

ଇଚ୍ଛା ଅନିଚ୍ଛାରେ ଧନ୍ଦି ହୋଇ ସେ ଯେ 

ନିଜକୁ ଭାବ‌ଇ ବୋକା ।।


ସିଧା ସଳଖରେ ସତକୁ ଯେ କୁହେ 

ତା'କୁ ହିଁ ଭାବୁଛ ମିଛ 

ଯୋଡ଼ା ଯୋଡ଼ି କରି ମିଛ ବଖାଣେ ଯେ

ସେ ଲାଗେ ସବୁଠୁ ସ୍ଵଚ୍ଛ ? ।।


ସତକୁ ଲୁଚାଇ ରଖି ହୁଏ ନାହିଁ

ମିଛର ପରଦା ତଳେ

ଦିନେ ନା ଦିନେ ତ ସତ୍ୟର ପ୍ରଘଟ 

ହୋଇଯାଏ ବଳେ ବଳେ ।।


ବିଶ୍ଵାସୀ ମନକୁ ଚିହ୍ନିବାକୁ ହେଲେ 

ବିଶ୍ଵାସୀ ହୃଦୟ ଲୋଡ଼ା 

ଅବିଶ୍ଵାସୀ ଯିଏ ସେ କାହୁଁ ବୁଝିବ

ବିଶ୍ଵାସର ଫୁଲ ତୋଡା ।।


ବନ୍ଧୁତା ହେଉ କି ହେଉ ଆପଣାର 

ହେଉ ଅବା ତୁମ ପ୍ରେମ 

ଭରସା ଦେଇକି ଭରସା ରଖିଲେ 

ମନରେ ନ‌ଉଠେ ଭ୍ରମ ।।


ଆଶା ଭରସାରେ ଚାଲିଛି ଦୁନିଆ 

ବିଶ୍ଵାସ ହେଉଛି ମୂଳ

ବିଶ୍ଵାସରେ ଯେବେ ବିଷ ମିଶିଯାଏ

ଲାଗେ ଘୋଟି ଆସେ କାଳ ।।


କଥା ଦେଇ କଥା ନରଖି ପାରିଲେ 

କଥାରେ ନଥାଏ ରସ 

ଆଶା ବାନ୍ଧିଥିବା ହୃଦୟରେ ଜାଣ

ରହିଯାଏ ଅବଶୋଷ ।।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍