Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra Kumar Shasamalla

Others

4  

Rabindra Kumar Shasamalla

Others

ସଡ଼କ ସୁରକ୍ଷା ଜୀବନ ରକ୍ଷା

ସଡ଼କ ସୁରକ୍ଷା ଜୀବନ ରକ୍ଷା

1 min
313



ସଡ଼କ ସୁରକ୍ଷା ଜୀବନ ରକ୍ଷା

ଏହି କଥା ପରା କରିଛେ ଶିକ୍ଷା ।


ଦିନ ରାତି ଯେଉଁ ପଥେ ଚାଲୁଛେ 

ତାକୁ ଅଣଦେଖା କାହିଁ କରୁଛେ ।


ଠିକାଦାର କିଛି ନିଅନ୍ତି ହାତେ

ରାସ୍ତା କାମ ସବୁ କରିବେ ସତେ ।


ଦଶ ଦିନ କାମ ପାଞ୍ଚ ଦିନରେ

ସାରିଦେଉଥାନ୍ତି ନିଜ ଇଚ୍ଛାରେ ।


ମାସଟିଏ ବିତି ଥାଏ କି ନାହିଁ

ରାସ୍ତାର ଅବସ୍ଥା ବିଗିଡ଼ି ଯାଇ ।


ସରକାରୀ କାର୍ଯ୍ୟ ଏମିତି ଭଲା

ଉପର ରଙ୍ଗିନ୍ ଭିତର ପୋଲା ।


ହଜି ଗଲାଣିତ ସତିଆ ନୀତି

ଏଭଳି କାର୍ଯ୍ୟରେ ନଥାଏ ମତି ।


ଟଙ୍କା ଦିଆ ନିଆ ହାତକୁ ହାତ

ଯେ ପାଟି ଫିଟାଏ ଖାଏ ସେ ନାତ ।


ପ୍ରତିଦିନ ଘଟେ ଏ ଅଘଟଣ

ସଡକେ ନିଇତି ଯାଉଛି ପ୍ରାଣ ।


ଭାବିଛ କି ଥରେ ତାଙ୍କରି କଥା

ତାଙ୍କ ପରିବାର ହୃଦୟ ବ୍ୟଥା ।


ଭରଷା ରଖନା ଅନ୍ୟ ଉପରେ

ମୁଣ୍ଡ ଗଡ଼େ ଏଠି ଅଧା ରାସ୍ତାରେ ।


ବେଳଥାଉଁ ଆସ ସଜାଗ ହେବା

ସଡ଼କ ପଥକୁ ଧ୍ୟାନଟି ଦେବା ।


    


Rate this content
Log in