STORYMIRROR

Rabindra Kumar Shasamalla

Others

3  

Rabindra Kumar Shasamalla

Others

ଆଖିର ଦରଜା ଡେଇଁ

ଆଖିର ଦରଜା ଡେଇଁ

1 min
162


ଆଖିର ଦରଜା ଡେଇଁ

ଲୁହ ଗଲେ ଓଠ ଛୁଇଁ

କିଛି ଦୁଃଖ ପଡେ ଶୋଇ 

ସୁଖ ଟିକେ ଉଠେ ଚେଇଁ  ।।


ଦୁଃଖ ସରୋବରେ ଯିଏ 

ପ୍ରତିଦିନ ବୁଡ଼ ଦିଏ 

କ୍ଷଣିକ ସୁଖରେ ସିଏ

କି'ଅବା ମଜ୍ଜିବ ହାଏ ।।


ଅଭିମାନ ଅଭିଯୋଗ 

ସମ୍ପର୍କର ଯୋଗାଯୋଗ

ଯାହାକୁ ଦେଲାଣି ଦାଗ 

ସେ କାହୁଁ ଖୋଜିବ ଭାଗ ।।


ଆଜି ଯିଏ ଚିହ୍ନାଥିଲା 

କାଲିକି ଅଚିହ୍ନା ହେଲା 

ଚିହ୍ନୁ ଚିହ୍ନୁ ବେଳ ଗଲା 

ମନରେ ପ୍ରଶ୍ନ ଉଠିଲା ।।


ପ୍ରଶ୍ନ ଉତ୍ତରର ଖେଳ 

ଯେବେ ହେଲା ଗୋଳମାଳ

ମିଳିଲାନି ଭାଗଫଳ

ମଥାରୁ ଝରିଲା ଝାଳ ।।


ଆଖିରେ ଚାହାଣୀ ଥିଲା 

ଚଳଚଞ୍ଚଳ ନଥିଲା 

ପ୍ରେମ ପ୍ରୀତି ମ‌ଉଳିଲା

ବୋଧେ ଏମିତି ଲାଗିଲା ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍