Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra Kumar Shasamalla

Others

4.5  

Rabindra Kumar Shasamalla

Others

ନିଜକୁ ପଢ଼ିବା ଶିଖ

ନିଜକୁ ପଢ଼ିବା ଶିଖ

1 min
256



ନିଜକୁ ପଢ଼ିବା ଶିଖ

ନିଜ ଭୁଲ୍ ଆଗେ ଦେଖ 

ନିଜଠି ବିଶ୍ଵାସ ରଖ 

ସଫଳ ଲାଗିବ ପାଖ ।


କାହାକୁ ନଭାବ ଛୋଟ

କାହାଠି ନଲଗା ନାଟ

ସୃଷ୍ଟି କର ନାହିଁ ଫାଟ

ବାଜିବ ଅଦେଖା ଛାଟ ।


ମିଛକୁ ପ୍ରଶୟ ଦେଇ

ସତକୁ ଲୁଚାଅ ନାଇଁ

ସତଯେ ଆସିବ ଧାଇଁ

ମିଛକୁ ଜାଳିବା ପାଇଁ ।


କାଇଦାରେ କଥା କର 

କଥାରେ ସେନେହ ଭର 

କଥା ହେଲେ ଦୁରାଚାର 

ଛିଣ୍ଡେ ସମ୍ପର୍କର ଡୋର ।


ଜୀବନ ପାଣି ଫୋଟକା 

କ୍ଷଣିକେ ହୁଅଇ ଫିକା 

କାହାକୁ ନଦିଅ ଧୋକା

ଭଲ ହେଉ ଅବା ବୋକା ।


ବଞ୍ଚିଛେ ଆୟୁଷ ନେଇ

ଅହଂକାର କାହା ପାଇଁ

ପ୍ରାଣ ଗଲେ ଶୂନ୍ୟ ହୋଇ

ହସିବ ଶ୍ମଶାନ ଭୂଇଁ ।

  


Rate this content
Log in