STORYMIRROR

Rabindra Kumar Shasamalla

Abstract Classics

4  

Rabindra Kumar Shasamalla

Abstract Classics

ଅଧିକାର

ଅଧିକାର

1 min
3


ଅଧିକାର ମିଳିଲେ ହିଁ 
କେହି ଜଣେ ଅଧିକା କହିବ 
ଅଧିକାର ନମିଳିଲେ 
କିଏ ଅବା କେମିତି କହିବ ।

ଅଧିକାର ଦେବାପାଇଁ 
ମନେ ଯଦି କିନ୍ତୁ ଭାବ ଆସେ
ଅଧିକାର ଦିଅ ନାହିଁ 
ନିଷ୍ପତ୍ତି କୁ ରଖି ଦୀର୍ଘ ଶ୍ୱାସେ ।

ଅଧିକାର ଦେବ ଯଦି 
ପରଖିବା ଶହେ ଗୁଣ ଭଲ
ମଣିଷତ୍ଵ ନ ରହିଲେ 
ଅଧିକାରେ ହୋଇଯିବ ଭୁଲ ।

ଅଧିକାର ପାଇବାକୁ 
ଅପେକ୍ଷାରେ ରହିଥାଏ ଯିଏ 
ଅଧିରତା ପଣଟାକୁ 
ଅସ୍ପଷ୍ଟ ରେ ବାନ୍ଧି ରଖେ ସିଏ ।

ପ୍ରେମ ପାଇଁ ନିବେଦନ 
କେହି ଜଣେ କରି ତ ପାରିବ 
ବାଧ୍ୟତାମୂଳକ ପ୍ରେମ 
ଭାଙ୍ଗିବାର ରାହା ଧରିଥିବ ।

ଅଧିକାର ଦେବା ନେବା 
ବିଶ୍ବାସର ମହାକୁମ୍ଭ ଟିଏ 
ଛଳନା କରିଲେ ଛିଦ୍ର 
ହୋଇଯାଏ ଅକ୍ଲେଶରେ ସିଏ ।


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Abstract