STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ଇହ ଓ ପରକାଳର ସୁଖ

ଇହ ଓ ପରକାଳର ସୁଖ

1 min
274


ଚାର୍ବାକ ଙ୍କ ମତ ବଞ୍ଚିଥିବା ଯାକ

ସୁଖେ ତୁମେ ବଞ୍ଚିଥାଅ ।

ଋଣ କରି ଘିଅ ପିଅ ।

ଭସ୍ମ ଶରୀର ର ପୁନରାଗମନ

କେଉଁଠୁ ଆସିବ କହ ?


କାଲି ଥିଲା କାଳ ଆଜି ବି ରହିଛି

କାଲିକି ସେ ତ ରହିବ ।

ଇହକାଳ ଅଛି ଏବେ ଯେତେବେଳେ

ପରକାଳ ତ ଆସିବ  ।।


ଭସ୍ମୀଭୂତ ହୁଏ ଶରୀର ଆମର

ପଞ୍ଚଭୂତେ ଯାଇ ମିଶେ ।

ଯେଉଁ ତତ୍ତ୍ବ ଆସିଥିଲା ଯେଉଁଠାରୁ

ସେଇଠି ସିଏ ପ୍ରବେଶେ ।।


ଘରୁ ଯେ ଆସିଲା ଘରକୁ ଫେରିବ

ସନ୍ଦେହ ନାହିଁ ଏଥିରେ ।

ଇହକାଳ ପରେ ପରକାଳ ଆସେ

ଜନମ ମୃତ୍ଯୁ ଚକ୍ରରେ  ।।


ଜନ୍ମ ପରେ ମୃତ୍ଯୁ ମୃତ୍ଯୁ ପରେ ଜନ୍ମ

ନିଶ୍ଚିତ ହୁଏ ଆମର ।

ମୃତ୍ଯୁ ସମୟ କୁ ଜୀବ ଚିନ୍ତା କରେ

ସମୁନ୍ନତ କଳେବର ।।


ପରକାଳ ଭୋଗ ଶେଷ ହେବାପରେ

ପୁଣି ପ୍ରାରବ୍ଧ ବଶରେ ।

ଅନ୍ୟ ଏକ ଜନ୍ମ ଗ୍ରହଣ କରଇ

ଯଥାଯୋଗ୍ୟ ଶରୀର ରେ ।।


ପ୍ରାରବ୍ଧ କ୍ରିୟମାଣ କରମ ଫଳ

ପୁଣି ଭୋଗ କରେ ଜୀବ ।

ଶତ ଆଶା ପାଶେ ବଦ୍ଧ ହୋଇ

ସଦା କର୍ମ ଫଳ କରେ ଭୋଗ ।।


ଆଶା ତ୍ଯାଗ କରି ସମର୍ପିତ ହେଲେ

ଶ୍ରୀ ହରି ଙ୍କ ଶ୍ରୀପୟ ରେ ।

ଇହଲୋକେ ଜୀବ ସଦାନନ୍ଦ ରହି

ପରଲୋକ ସୁଖୀ କରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational