ସଫଳତା
ସଫଳତା
ମନ ଚାହେଁ ସଦା ସଫଳ
ହେବା ପାଇଁ ଜଗତେ,
ସଫଳତା ନୁହେଁ ସହଜ
ନିଷ୍ଠା, କଷ୍ଟ ଯେ କେତେ ।
ସକାଳର ସୂର୍ଯ୍ୟ କିରଣେ
ମନ ପ୍ରଫୁଲ୍ଲ ଥାଇ,
ଆଳସ୍ୟ,ନିଦ୍ରାକୁ ତେଜିଣ
କର୍ମେ ଧ୍ୟାନ ରଖଇ ।
ବିବେକାନୁମୋଦିତ ହୋଇ
ସତ୍ୟପଥେ ଚଳିଲେ,
ଅକର୍ମ ଅଧର୍ମ ଅନ୍ୟାୟ
ଭୁଲି ଧର୍ମରେ ଗଲେ ।
ପରଦୁଃଖ ଦେଖି କାତର
ପରାଣ ହେଉଥିବ,
ଯଥାସାଧ୍ୟ ସହଯୋଗରେ
ଆଗଭର ହୋଇବ ।
ଭୀରୁ କାପୁରୁଷ ନ ହୋଇ
ସଦା ବୀର ପଣରେ,
ସେବା ଓ ସାହାଯ୍ୟର ଭାବ
ରଖିଥିଲେ ମନରେ ।
ଦୟା,କ୍ଷମା,କରୁଣା ଭଳି
ଅଳଙ୍କାର ପିନ୍ଧିଲେ,
ଭଲ ମଣିଷର ମୁକୁଟ
ଶିରେ ପିନ୍ଧିବ ଭଲେ ।
କଷ୍ଟ କଲେ କୃଷ୍ଣ ପାଇବ
ଅଛି କଥାଟି ସତ,
ସଫଳତା ସଦା ପାଇବ
ଆଦରିବ ଜଗତ ।
ଉପକାରୀ ଉପକାରକୁ
କେବେ ଭୁଲିବା ନାହିଁ,
ସମୟ ଆସିଲେ ସୁଝିବା
ଶୁଣ ଭଉଣୀ ଭାଇ ।
