ଯାଯାବର
ଯାଯାବର
ଅସୁମାରି ଆଶା ନେଇ ସହରରୁ ସହର
ଘୁରି ବୁଲୁ ଥାଏ ମୁହିଁ ମୁଁ ଗୋଟେ ଯାଯାବର
ନିତି ଗଢେ ନିତି ଭାଙ୍ଗେ (ମୋ) ସପନର ଘର
କେହି ନାହିଁ ଏ ସଂସାରେ ମୋହର ନିଜର
ମୁଉଁ ଗୋଟେ ଯାଯାବର,ସୀମା ହୀନ ଆଶା ।
ମୋ ଭାଗ୍ୟ ରବି କୁ ମେଘ ଦେଇଅଛି ଘୋଡାଇ
ମୋ ଜୀବନ ହତାଶାର ଅଜଣା ଅଳକା ନଈ
ବନ୍ଧୁର ପଥରେ ସେତ ଯାଉଅଛି ବହି
ତା କୂଳେ ଗଢେ ବସି ଆଶାର ବାଲିଘର
ମୁଉଁ ଗୋଟେ ଯାଯାବର, ସୀମା ହୀନ ଆଶା ।
ବଞ୍ଜାରା ଜୀବନ ନେଇ ପଲ୍ଲୀ ରୁ ମୁଁ ପଲ୍ଲୀକୁ
ଏଇ ମାଟି ମାଆ କେବେ ଡାକିନି ତା କୋଳକୁ
ଅଲୋଡା ଜୀବନ ମୋର ଆସେନା କାମକୁ
ଦୁର୍ବିସହ ପଥେ ପଥର ଜୀବନ ମୋର
ମୁଉଁ ଗୋଟେ ଯାଯାବର, ସୀମା ହୀନ ଆଶା ।
ସୁଖର ସଉଧ ମୋ ପାଇଁ ଅଟେ ବିଡମ୍ଵନା
ହଜାଇ ଦେଇଛି ମୋହର ନିଜର ଠିକଣା
ପ୍ରଲମ୍ଵିତ ପଥ ସମ ଜୀବନ ମୋହର
ସବୁ ଋତୁ ସବୁ ଦିନ ମୋର ଏକାକାର
ମୁଉଁ ଗୋଟେ ଯାଯାବର, ସୀମା ହୀନ ଆଶା ।
ଯାଯାବର ଜୀବନଟା ତ ସୁଦୁ ମରୁବାଲି
ମରିଚିକା ଖେଳଇ ସିନା ନମିଳଇ ପାଣି
ଜୀବନଟା ହୁଏ ଖାଲି ଡହଳ ବିକଳ
କେହି କେବେ ରଖେନାହିଁ ଖବର ମୋହର
ମୁଉଁ ଗୋଟେ ଯାଯାବର, ସୀମା ହୀନ ଆଶା ।