ଊର୍ମି
ଊର୍ମି
ସିଏ ଗାଏ ଗୀତ ବିଜନ ବେଳାରେ ଏଇ ସାଗର ସୈକତେ
ନିଶୁନ ରାତିରେ ଭାସି ଉଠେ ପୂର୍ଣ୍ଣ ସହସ୍ର ଚନ୍ଦ୍ରମା ସାଥେ
ଶତ ଶତ ଋର୍ମି ଉଛୁଳାଇ ସିଦ୍ଧୁ ବାଲୁକା ବନ୍ଧର ପ୍ରାନ୍ତେ
ଛୁଇଁ ଦେଇ ଲେଉଟଇ ସେ ସହସା ସେଇ ଆସିଥିବା ପଥେ ।।
ସେ ଗୀତ କରୁଣ ନିର୍ମମ ଦାରୁଣ ବେଦନା ସଂଗୀତ ଗାଏ
ଶିଳ୍ପୀ ଶୀର ଭୂଷା ବାଳୁତ ସୂର୍ଯ୍ୟର ଅସ୍ତମିତ କଥା କହେ
ନିଜେ ଧର୍ମ ଦେବ ବିଜୟ କରନ୍ତି ପ୍ରଭାତେ ଆସି ଯେ ରଥେ
ସେ ରଥ ମନ୍ଦିର ନିର୍ମାଣ ଅନ୍ତ ହୋଇଥିଲା ଯାହା ହାତେ ।।
କାରୁଣ୍ୟ ଭରା ସେ ସଂଗୀତ ଛନ୍ଦ ନିଶୂନ ରାତିରେ ଊର୍ମି
ବାରମ୍ବାର ଶିକ୍ତେ ଉଛୁଳାଇ ତାର ପ୍ରତିଧ୍ଵନି ବେଳାଭୂମି
ଅଦ୍ୱିତୀୟ ସେହି ରଥ ମନ୍ଦିର ର କାରୁକାର୍ଯ୍ୟ ତାର ହାତେ
ଆଜିସେ ପଥର ଲୁହ ଗଡାଉଛି ସତେ ଅବା ଋର୍ମି ଗୀତେ ।।
ପଚାରୁଛି କୁହ କାହିଁ ସେ ବାଳୁତ ଶିଳ୍ପୀ କୁଳର ବସନ୍ତ
କାହିଁ ଲୁଚାଇଛୁ କୁହ ଆରେ ଋର୍ମି ଚନ୍ଦ୍ରଭାଗା ସଇକତ
ତୋ ଗୀତ ଶୁଣିଲେ ବିଜନ ବେଳାରେ ଲୁହଝରେ ଆପେଆପେ
ସେକି ମାଶିଗଲା ଅଦିନେ ସାଗରେ ଭୀମ ଘୋର ଊର୍ମି ସାଥେ ।।
ଚନ୍ଦ୍ରଭାଗା ଗୀତ ଦାରୁଣ ଆଘାତ ସାକ୍ଷୀ ତାର ଏହି ଊର୍ମି
ଦେବ ପୁରୁଷ ର ପୈଶାଚିକତାକୁ ଅନୁଢା ଅବଳା ଜାଣି
ସାଗର ଗରଭେ ନୀଳ ତରଙ୍ଗରେ ମିଶିଲା ଯେଉଁ ମୂହୁର୍ତ୍ତେ
ଚମକି ଚପଳା ଲାଗେ ମିଶିଗଲା ସୁନୀଳ ଜଳଦେ ସତେ ।।
ଅପ୍ରମିତ ଦୁଃଖ ବିସର୍ଣ୍ଣ ସୈକତ ବିବର୍ଣ୍ଣ କୋଣାର୍କ ଚିତ୍ର
ରାକା ରଜନୀରେ ଲୁହଝରାଉଛି ଶୁଣି ଏ ସମୁଦ୍ର ଗୀତ
ଚନ୍ଦ୍ରଭାଗା ଆଉ ଧରମା ର ଗୀତ ଯୋଗୀର କେନ୍ଦରା ଯନ୍ତ୍ରେ
ସମସ୍ଵର କରି ଗାଉଅଛି ଊର୍ମି କୋଣାରକ ଚିତ୍ର ନୃତ୍ୟେ ।।