ଘେନ ମୋର ପ୍ରଣିପାତ
ଘେନ ମୋର ପ୍ରଣିପାତ


ହେ ବିଶ୍ୱ ବନ୍ଦିନୀ ବିଦ୍ୟା ପ୍ରଦାୟିନୀ
ଘେନ ମୋର ପ୍ରଣିପାତ
ଅଜ୍ଞାନ ଅନ୍ଧାର ହୃଦୁକରି ଦୂର
କଣ୍ଠେହୁଅ ବିରାଜିତ ।
ମାଗୋ ମହାମାୟୀ ଶକ୍ତି ସ୍ୱରୂପିଣୀ
କଣ୍ଠୁ ଝରୁ ତବ ଗୀତି
ଜ୍ଞାନର ପ୍ରଦୀପ ଜାଳିଦିଅ ବାରେ
ଜ୍ଞାନଦାତ୍ରୀ ସରସ୍ୱତୀ ।
ମାଗୋ ବୀଣାପାଣି ପୁସ୍ତକ ଧାରିଣୀ
ଶ୍ଵେତବର୍ଣ୍ଣ ବସ୍ତ୍ରାବୃତା
ଅଧମ ବାଚାଳ କରେ ଗୋ ବିନତୀ
ସାହାହୁଅ ବିଦ୍ୟା ମାତା ।
ତୁମରି ଆଶିଷ ଘେନି କାଳିଦାସ
ଅରଜିଲା କେତେ ଯଶ
ହଂସ ବାହିନୀ ଗୋ ସର୍ବ ଦୋଷକ୍ଷମି
ଢାଳିଦିଅ ଜ୍ଞାନ ରସ ।