STORYMIRROR

Bijoy Jena

Classics Inspirational Others

3  

Bijoy Jena

Classics Inspirational Others

ପ୍ରକୃତିର ମହକ

ପ୍ରକୃତିର ମହକ

1 min
184


 

ବନ ଉପବନେ     ଫୁଟିଛି କୁସୁମ

         ନାନା ଜାତି ଭଳି ଭଳି

ନବ ପଲ୍ଲବିତ      ବୃକ୍ଷ ତ ମଣ୍ଡିତ

          ଭାରି ହୁଏ ଫଳ ଫଳି।

ନଦୀ ହ୍ରଦ ତଟେ     କେତେ ଗଛ ବ୍ରୁଛ

          ପ୍ରବାହିତ ଜଳ ଶାନ୍ତ

ସଂଲଗ୍ନ ମାଟିର       ସଂରକ୍ଷଣ ଭାବ

          ତଟ ବାସୀଙ୍କର ହିତ।

ମହୋଦଧି ତୀର      ମୁକୁଳା ଜାଗାରେ

           ସୃଷ୍ଟି ହେନ୍ତାଳ ବଣର

ଅବାରିତ ଜଳ       ଧାରା ରୋକିଥାଏ

          ପ୍ରକୃତିର ସାମ୍ୟ ଭର।

ଜଙ୍ଗଲ ସମ୍ପଦ       ଅଛି ବୋଲିଏଠି

          ବରଷା ହୁଏ ସଠିକ

ଅମ୍ଳଜାନ ବହେ      ମାତ୍ରାରେ ମାତ୍ରାରେ

           ନ ହୁଏ କିଛି ବେଠିକ।

ସହରୀ ସଭ୍ୟତା      ବୃଦ୍ଧି ପାଇବାରୁ

           ଜଙ୍ଗଲ ହେଉଛି କ୍ଷୟ

ଅଙ୍ଗାରକାମ୍ଳର     ମାତ୍ରା ବଢ଼ିଯାଏ

         ସେଥିପ୍ରତି ଦେବା ଲୟ।

କଳ କାରଖାନା      ନିର୍ଗତ ଧୁଆଁରେ

          ଜନ ଜୀବନ ଯେ ବ୍ୟସ୍ତ

ଶାନ୍ତ ପରିବେଶ      ଅଶାନ୍ତ ହୋଇଛି

          ସବୁଜିମା ହୁଏ ଅସ୍ତ।

ଚରକର ଦେଶ      ପାଇଛି ଆଘାତ

          ସଜାଡ଼ିବା ଆମେ ନିତ୍ୟ

ନାନାଦି ପ୍ରକାର      ବୃକ୍ଷ ରୋପଣରେ

           ନିବେଶିବା ସଦା ଚିତ୍ତ।

ସବୁଜ ବିପ୍ଲବ        ଆରମ୍ଭ କରିବା

           ନିଜ ବାଡି ବଗିଚାରୁ

ସଜନା ତୁଳସୀ       ଅମ୍ବୃତଭଣ୍ଡାର

           ଉପାଦେୟ ବୃକ୍ଷ ଠାରୁ।

ଏକ ପରିବାର      ଆନେ ଶିଖାଇବ

         ଗାଆଁ ହେବ ନିରିମଳ

ଗାଆଁଠୁ ସହର      ଜିଲ୍ଲାଠୁ ପ୍ରଦେଶ

          ଦେଶ ହୋଇବ ସବଳ।

ସ୍ୱଚ୍ଛ ଭାରତର      ନାରା ଦେଇ ଦେଇ

          ସାଜିବା ବାନର ଦଳ

ପ୍ରକୃତିର ମିତ୍ର       ସାଜିବା ହେ ଭାଇ

          ଦୃଢ଼ କରି ମନୋବଳ।

ସୁରୁଜର ରଶ୍ମି      ଦିବ୍ୟ ସକାଳରେ

           ସବୁଠି ପଡ଼ିବ ଝରି

ଚନ୍ଦ୍ରରଜୋଛନା     ଶୀତଳ ପବନ

           ଦେହ ମନ ଯିବ ପୁରି।

ଆସ ହେ ସକଳ     ଏ ମନ୍ତ୍ର ଘେନିଣ

           ସବୁଜ କରିବା ମହୀ

ପ୍ରକୃତି ହସିବ      ଆମରି କରମେ

          ଆଶିଷଢ଼ାଳିବେ ବିହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics