STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଆଜି ଏ ସାଧାରଣ ତନ୍ତ୍ର ଦିବସେ

ଆଜି ଏ ସାଧାରଣ ତନ୍ତ୍ର ଦିବସେ

1 min
579


ଆଜି ଏ ସାଧାରଣ ତନ୍ତ୍ର ଦିବସେ

ମନ ପଡେ ଅତୀତ ର କଥା

କେତେ କଷ୍ଟ ସହିଥିଲେ ମହାପୁରୁଷ

ଭାବିଲେ ଲାଗଇ ବ୍ୟଥା ।

କେତେ କଷ୍ଟ ସହି ଆମ ଦେଶ କୁ ସ୍ୱାଧୀନ କଲେ

ଭାରତ ପୁଣ୍ୟ ମାଟିରେ ତ୍ରିରଙ୍ଗା ପତାକା ଉଡାଇ ଦେଲେ

ନିଜ ଜୀବନ ବାଜି ଲଗାଇ ସେ ଆଗକୁ ଆସିଲେ

ନିଜ ବୀରତ୍ଵକୁ ସେ ସବୁଠି ଦେଖାଇ ଥିଲେ

ମହାତ୍ମା ଗାନ୍ଧୀ, ସୁଭାଷ ବୋଷ ପରି ମହାନ ନେତା

ଆମ ଦେଶେ ଜନ୍ମ ନେଲେ

ଫିରଙ୍ଗି ଶାସନ କୁ ପରାଜିତ କରି

ସ୍ୱାଧୀନ ଦେଶ କୁ କଲେ ।

ଆଜି ବିଦ୍ୟାଳୟ କାର୍ଯ୍ୟାଳୟ ସବୁଠି ତ୍ରିରଙ୍ଗା

ଫର ଫର ହୋଇ ଉଡ଼ୁଛି

ଆମେ ସଭିଏଁ ଭାରତ ମାତା ଅମୃତ ସନ୍ତାନ

ସଭିଙ୍କୁ କହି ଦେଉଛି ।

ଆଜି ଆମ ଦେଶେ ସମ୍ବିଧାନ ପ୍ରଣୟନ ହୋଇଥିଲା

ଭୀମ ରାଓ ଆମ୍ବେଦକର ଙ୍କ ମୁଖ୍ୟ ଭୂମିକା ଏଥିରେ ଥିଲା

ସମ୍ବିଧାନ ର ଜନକ ହୋଇ ସେ ରହିଲେ

ଛବିଶି ଜାନୁଆରୀ କୁ ସାଧାରଣ ତନ୍ତ୍ର ଦିବସ ସେ କରିଥିଲେ

ଆଜିର ଏ ଦିବସ ଆମ ଅତୀତ କୁ ମନେ ପକାଇ ଦିଏ

ଜାତୀୟ ପତାକା ତଳେ ଆମ ମଥା ଭକ୍ତି ରେ ନଇଁ ଯାଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics