ଉପହାର
ଉପହାର
ୟେ ସଚରାଚର ତୁମ ଉପହାର
ସମ କାହିଁ ଉପହାର
କି ଦେବି କହହେ ମୋ ପ୍ରାଣ ଠାକୁର
କରୁଣା ର ପାରାବାର
ସବୁତ ତୁମରି ଦାନ
ତୁମ ଦାନ ତୁମେ ଲେଉଟାଇ ଦେଲେ
ଦ୍ରୋହି ହେବି କହେ ମନ ।।
ତୁମର ଅମୃତ ଉପହାର ନିତ୍ୟ
ଖଞ୍ଜା ମାନବ ହିତରେ
ଜୀବନ ମଧୁର ଦେଖାଏ ଆଲୋକ
ଯୁଗେ ଯୁଗେ ନିରନ୍ତରେ
ତୁମେ ସତ୍ୟ ସନାତନ
ଆମେ ଯେତେ ସବୁ ତୁମ ଉପହାର
ତୁମ ଅମୃତ ସନ୍ତାନ ।।
ନଦ ନଦୀ ଗିରି ପ୍ରକୃତି ସୁନ୍ଦରୀ
ଉପହାର ଛଳେ ଦାନ
ଦେଇଅଛ ତୁମେ ବିସ୍ମୟିତ ଶୌର୍ଯ୍ୟ
ଆକଶରେ ସୂର୍ଯ୍ୟ ଜହ
୍ନ
ତେବେ କେଉଁ ଉପହାର
ଦେଇ ମୁଁ ତୋଷିବି ତୁମକୁ ଠାକୁରେ
ବୁଦ୍ଧି ହଜିଯାଏ ମୋର ।।
ମୁଁ ଅଧମ ଦୀନ ବିଶେଷେ ଅଜ୍ଞାନ
ତୁମ ଉପହାର ପାଇ
ମଣିଷ ପ୍ରକୃତି ବଳେ ଅବିଶ୍ଵାସେ
ତାକୁ ଜଳାଞ୍ଜଳି ଦେଇ
ଭୋଗଇ ଦୈବୀ ଯନ୍ତ୍ରଣା
ଭୁଲି ଯାଇଛି ମୁଁ ଅଯୋଗ୍ୟତା ବଳେ
ହୋଇଛି ମୁଁ ବାଟବଣା ।।
ଉପହାର ଛଳେ ମିଠା ଟୋକେଇରେ
ଛତ୍ରପତି ଯେ ଶିବାଜୀ
ଛଳନା ଛଟକ ଛଳ କାରୀ ଜନେ
ଦେଖାଇଲେ ଭୋଜବାଜି
ତେମନ୍ତେ ପତ୍ରରେ ଲେଖି
ଫକିର ମୋହନ ଉପହାର ଛଳେ
ଆକ୍ରମଣ ବାଟ “ବାଛି- ।।
ବତାଇ” ସେ “ଗଡ- ଜାତ” ଆନ୍ଦୋଳନ
କରିଥିଲେ ସମାପନ
ଉପହାର ନୁହେଁ ଛୋଟ କଥା ବସ୍ତୁ
ରଖେ ସେ ଜୀବନ ମାନ
ଉପହାର ଶଦ୍ଦ ପୂଣ୍ୟ
ଉପହାର ଦେଇ ନେଇ ଏ ଜଗତ
ଧରାରେ ହୋଇଛି ଧନ୍ୟ ।।