Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Abstract Inspirational Others

3  

Prabhati Mahapatra

Abstract Inspirational Others

ମନୋଦଶା

ମନୋଦଶା

1 min
196



ଆହେ ମନୋନୟ କରୁଛ ଅଥୟ

ମନେ ପଡେ ପୂର୍ବ ସ୍ମୃତି

ତୁମେ ହିଁ ତ ସେହି ଦୁଃଖର କାରକ

କାଢି ନେଲ ନେତ୍ର ଜ୍ୟୋତି ।

ଚିତ୍ତାକର୍ଷକରେ ରଙ୍ଗର ଗାରିମା

ମନୋରଞ୍ଜନ ଦାୟକ 

ତୁମେ ପଞ୍ଚରତ୍ନ ତୁମେ ରାଧାକାନ୍ତ

ତୁମେ ପୁଣି ଦିଅ ଶୋକ ।

ସ୍ନେହ ଶ୍ରଦ୍ଧା ପ୍ରେମ ମହାଜନୀ କାମ

ଆରମ୍ଭରୁ ତୁମେ ଅନ୍ତ

ଜନ୍ମିତ ଓଠରେ ହସ ରଙ୍ଗ ଦେଇ

ପ୍ରଦୋଷେ ପ୍ରଦ୍ୟୋତ ମୃତ ।

ରଙ୍ଗ କୌତୁହଳ ରଙ୍ଗ ଯେ ଗରଳ

ଅନୁଚିତ ବ୍ୟବହାରେ

ପ୍ରବଞ୍ଚକ ଠକ ବିଷାକ୍ତ ମିଶ୍ରଣେ

ଛଳରେ ପ୍ରାଣକୁ ହରେ ।

ତୁମେ ଯେ ବନ୍ଦିତ ତୁମେ ଆରାଧିତ

ତୁମେ ଅର୍ଘ୍ୟ ତୁମେ ପୂଣ୍ୟ

ତୁମରି କୃପାରୁ ଆତ୍ମୀୟତା ସୃଷ୍ଟି

ସରବେ ହୁଅନ୍ତି ଧନ୍ୟ ।


Rate this content
Log in

Similar oriya poem from Abstract