STORYMIRROR

Puspanjali Panda

Abstract

3  

Puspanjali Panda

Abstract

ସାତରଙ୍ଗ ଭରି

ସାତରଙ୍ଗ ଭରି

1 min
163

ଦୋଳ ଗୋବିନ୍ଦ ହେ

ତୁମ ରଙ୍ଗ ଦେଇ ରଙ୍ଗାୟିତ କର

ଦେହ ମନ ସବୁକିଛି

ତୁମକୁ ଛାଡ଼ି ଲେ

ପ୍ରେମ ର ରଙ୍ଗରେ

ବୁଡ଼ି ବା ଭୁଲି ଯାଉଛି।।

ନାଲି ନୀଳ ଅବିର ସାଙ୍ଗରେ

ହୋଲି ଖେଳି ଦିଅ ଢାଳି

ଯେତେ ଯାହା କରୁଣାର ଧାରା

ସଂସାର ଜଞ୍ଜାଳ ଦିଏ ଅହରହ

କଳା ରଙ୍ଗ କଳଙ୍କ କାଳିମା

ରାଈ ପରି ନହୋଇ ବି ଝରିଯାଏ 

ହୂଦୟରୁ ତୁମପାଇଁ

ପ୍ରେମ ଫଲ୍ଗୁ ପରା।।

ବଂଶୀ ସ୍ୱନ ଉଚ୍ଚାଟନ କରୁଥିଲା 

ଗୋପ ଗୋପାଳୁଣୀ ତନୁମନ

ପିଚକାରି ରଙ୍ଗ ହୋରି

ମାରି ପରା କରୁଥିଲ

ସଭିଙ୍କୁ ନିଜର

ଆସ ଅବତରି ,ଖେଳ ହୋଲି 

କଟିଯାଉ ଦୁଃଖ କଷ୍ଟ ତ୍ରାସ

ହେ କଳା ମାଧବ

ରଙ୍ଗ ଭରିଦିଅ ଜୀବନରେ

ତୁମ ରଙ୍ଗେ ,ତମାମ୍ ଆୟୁଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract