ମାଁ
ମାଁ
ମାଁ ର୍ ବାବଦ୍ରେ ଆଉ କାଣା ଲେଖ୍ମି
ତାର୍ ନୁ ଅଛେ ସବୁ ଜୀବର ଅସ୍ତିତ୍ବ
ସେ ପୁଷିଛେ ପାଲିଛେ ବଲିଁ
ଛୁଆ ପାଏସି ସମାଜ୍ ରେ ବ୍ୟକ୍ତିତ୍ବ ।
ତାର୍ ନୁ ଆଏ ସୃଷ୍ଟିର୍ ମୂଲ୍
ଜୀବନ୍ ର ପହେଲା ଗୁରୁ ହେଇକରିଁ ସୁଧ୍ରାସି ସୃଷ୍ଟିର୍ ଭୂଲ୍ ।
ଚଲା ଶିଖାସି କଥା କହେବାର୍ ଶିଖାସି
ପହେଲା ଶିଖାସି ତାର୍ ପହେଲା ହସି ।
ସେ ଆଏ ସୃଷ୍ଟିର୍ ଆଧାର୍
ତାର୍ ନୁ ବହେସି ମମତାର୍ ଗଙ୍ଗାଧାର୍ ।
ପୁଷ୍ସି ପାଲ୍ସି ବଡ଼୍ କର୍ସି ଜାନ୍ସି ଛୁଆର୍ ମନର୍ କଥା
ଯେତେ ଦୁଖ୍ ପାଏଲେଁ ବି ନାଇଁ ଜନେ ମନର୍ ବ୍ୟଥା ।
ମାଁ ର୍ ଲାଗିଁ ବଲିଁ ରକ୍ଷା ହେଇଛେ ସଂସାର୍
ନାଇଁ ହେଲେଁ ମହିଷାସୁର୍ କରିଥିତା ନାର୍ ଖାର୍ ।
ତାର୍ ନୁ ସବୁ ବେଲେଁ ମିଲ୍ସି ଆଶୀର୍ବାଦ୍
ଛୁଆର୍ ମଙ୍ଗଲ୍ ଲାଗିଁ ସବୁବେଲେଁ ଥିସି ହାତ୍ ।
ମାଁ ର୍ ଗୁନ୍ ଗାଏଲେଁ ନାଇଁ ସରେ ତ କେଭେଁ
ତଥାପି ତ ସବୁବେଲେଁ ଅନ୍ୟେ ର ଶିକାର୍ ହେଉଛେ ଏଭେଁ ।