STORYMIRROR

Hemabanta Pradhan

Abstract Inspirational

3  

Hemabanta Pradhan

Abstract Inspirational

ଝନ୍କର୍ ଜୀବନ୍ ର ପହେଲା ପ୍ରେମ୍

ଝନ୍କର୍ ଜୀବନ୍ ର ପହେଲା ପ୍ରେମ୍

1 min
324

ମାଁ ଗର୍ଭୁଁ ଜନମ୍ ହେଲା ଛୁଆ ଗୁଟେ

ଘରର୍ କାହାର୍ ଦିହି ସାଙ୍ଗେ ନାଇଁ ମିଶୁଥାଇଁ ମୁଟେଁ |


ଘରର୍ ସଭେ ଲୋକ୍ ଥିଲେ ଗୁରା ଫକ୍ ଫକ୍

ଛୁଆ ଥିଲା କଲା ରଙ୍ଗର୍ ସଭେ ଇତାକେ ନାଇଁ ରଖ୍ |


ସଭେ ଛୁଆକେ ବାଆନୁଥିଲେ କେତେ

ଇଟା ଦେଖିକରିଁ ଛୁଆର୍ ମାଁ କାନୁଥିଲା କେତେ |


ସଭେ କହୁଥିଲେ ମାରିପକା ଇ ଛୁଆକେ

ହେଲେଁ ଗୁଟେ ଲୋକ୍ ଭଲ୍ କଥାଟେ ତାର୍ ମାଁ କେ |


କଲା ହେଉ କି ଗୁରା ହେଉ

ଛୁଆଟା ଆଏ ମାଁର୍ ଗୁଟେ ଅଂଶ ।


ଜନମ୍ ହେଲା ଉତାରୁଁ ତାର୍ ଅଧିକାର୍ ଅଛେ

ନାଇଁହେବାର୍ ନୁ ଭଲ୍ ଅଛେ ଇ ବଢ଼ାବା ତୁମର୍ ବଂଶ |


କୃଷ୍ଣ ମାହାପୁରୁ ବି ଥିଲେ କଲା

ରଜା ଘରର୍ ହେଲେଁ ବି ଦୁଃଖେଁ କଷ୍ଟେଁ ବି ସେ କନ୍ସକେ ମାଏଲା।


ଛୁଆ ଯେନ୍ତା ହେଉ ନାଇଁ ବାଆନେ କେଭେଁ ମାଁ

ମାଁ ଭାବ୍ସି ସବୁବେଲେଁ ଭାବ୍ସି ତାର୍ ପୋ ଝି ର୍ ନାଁ |


ଏତ୍କି କହେଲା ତାର୍ ମାଁ ଗଲା ବୁଝି ନିଜର୍ ଭୂଲ୍କେ ବୁଝ୍ଲା ପରେଁ ତାର୍ ମାଁ ପୋ ସେନହୋରେ ଗଲା ଭିଜି |


ଧୀରେ ଧୀରେ ବୁଝ୍ଲେ ଘର ଯାକିର୍ ସଭେ

ବହୁତ୍ କାନ୍ସନ୍ ଇହାଦେ ତାର୍ ଉପ୍ରେଁ ଦୁଖ୍ ଟେ ପଡ଼୍ଲେଁ ଏଭେଁ |


ଇଟା ନୁଏ କେଁ ତାର୍ ଜୀବ୍ନେ ପହେଲା ପ୍ରେମ୍

କେତ୍ନି ଲୋକ୍ ଇଟାକେ ଭାବ୍ବେ ଗୁଟେ ଗେମ୍ |


ଭାବ୍ ସାଙ୍ଗେ ବିଶ୍ବାସ୍ ମନ୍ ଭିତ୍ରେଁ ତିଆର୍ କର୍ସି ପ୍ରେମ୍

ଯାହାର୍ ସାଙ୍ଗେ ଭାବ୍ ନାଇଁନ କି ବିଶ୍ବାସ୍ ନାଇଁନ ସେଟା ଆଏ ଗେମ୍ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract