ତୁମ ପରି ଛୋଟ ପିଲାଟିଏ-ଧର୍ମପଦ
ତୁମ ପରି ଛୋଟ ପିଲାଟିଏ-ଧର୍ମପଦ
ତୁମ ପରି ଛୋଟ ପିଲାଟିଏ
ପିଲେ ତାର ନାମ ଜାଣିଛ କିଏ ?
ଓଡ଼ିଆ ଜାତି କେବେ ପାସୋରି ପାରିବନି ତାହାରି ଦାନ
ସେଥିପାଇଁ କହନ୍ତି ସାନ ସିନା ଦାନ ତା ମହାନ |
ତାହାରି ନାମ ଧରମା
ବାର ଶହ ବଢ଼େଇଙ୍କ ପାଇଁ ସେ ବିଶ୍ୱକର୍ମା |
ତା ପାଇଁ ବସା ହେଲା କୋଣାର୍କ ମନ୍ଦିରର ଦଧିନଉତି
ଖୁବ୍ ଆଶ୍ଚର୍ଯ୍ୟ ଲାଗେ ଦେଖି ତାର ବଡ଼ ମତି |
ବିଶୁ ମହାରଣାର ପୁଅ ସିଏ
ତାର କାମ ସାରା ଓଡ଼ିଶାରେ ନ ଜାଣେ କିଏ ?
କୋଣାର୍କ ମନ୍ଦିରର ସବୁ କାମ ଯାଇଥିଲା ସରି
ହେଲେ କିଏ ଜୀବନ ଦେବ କୋଣାର୍କ ମନ୍ଦିରରେ ମୁଣ୍ଡି ମାରି |
କୋଣାର୍କ ମନ୍ଦିରର ନିର୍ମାଣ କାର୍ଯ୍ୟ କରିବା ପାଇଁ ଶେଷ
ଓଡ଼ିଆ ଜାତି କରଇ ଧନ୍ୟବାଦ ଅଶେଷ |
କୋଣାର୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ନ କଲେ ଶେଷ
ବାର ଶହ ବଢ଼େଇଙ୍କ ମୁଣ୍ଡ କାଟ ହେବ ଥିଲା ରାଜାଙ୍କ ଆଦେଶ |
ସେଥିପାଇଁ ବାର ଶହ ବଢ଼େଇଙ୍କ ମନେ ଥିଲା କେତେ ଡର
କିନ୍ତୁ ସେଥି ମଧ୍ୟୁ ଛୋଟ ବାର ବର୍ଷର ଶିଶୁଟି ହୋଇଗଲା ଅମର |
ସିଏ ବୁଝିପାରିଲା ବାର ଶହ ବଢ଼େଇଙ୍କ ଦୁଃଖ
ସେଥିରେ ସିଏ ଲଭିଲା ମନ ମଧ୍ୟୋ ଅଶେଷ ସୁଖ |
ବଞ୍ଚାଇଲା ସିଏ ବାର ଶହ ବଢ଼େଇଙ୍କ ଜୀବନ
ତ୍ୟାଗ କରି ନିଜର ଅମୂଲ୍ୟ ଜୀବନ |
ସିଏ ହିଁ କୋଣାର୍କ ମନ୍ଦିରର ମୁଣ୍ଡି ମାରିଥିଲା
ସିଏ ହିଁ ସାନ ସିନା ଦାନ ତା ମହାନ ବୋଲାଇଲା |
