କବି ତୁମେ
କବି ତୁମେ
ତୁମେ ଶିଲ୍ପୀଟିଏ କବିତା ଗୃହର
ତୁମେ ପିତାଟିଏ କେତେ ଭାବନାର
କେବେ ତୁମେ ବୁଲିଯାଅ ବାସ୍ତବତାରୁ
ସପନ ରାଇଜ ପର୍ଯ୍ୟନ୍ତ
ତୁମରି ଭାବନାର ସୃଷ୍ଟି ଅଛି ମାତ୍ର ନାହିଁ କେବେ ଅନ୍ତ |
ତୁମେ ଚିତ୍ରିତ କରିପାର ଜୀବନର ପ୍ରତିଟି ପୃଷ୍ଠାକୁ ତୁମରି ଭାବନାର ରଙ୍ଗରେ
ତୁମେ ଭରିପାର ତୁମରି ଭାବନା ବାସ୍ତବତା ପୁଣି କଲ୍ପନା ରାଇଜ ଏକ ସଙ୍ଗରେ |
ତୁମେ ଶବ୍ଦର ଯାଦୁକର
ପୁଣି ଭାବନାର ଭଣ୍ଡାର |
ତୁମେ ଆଙ୍କିପାର ଚିତ୍ର ଭାବନାର ତୂଳିରେ
ତୁମେ ସୃଷ୍ଟି କରିପାର ସବୁଜ ପତ୍ର ଥୁଣ୍ଟା ଗଛରେ |
ତୁମେ କବି ତୁମେ ବ୍ରହ୍ମା
ତୁମେ ଲେଖିପାର କେତେ କଥା ତୁମେ ବିଶ୍ୱକର୍ମା |
ତୁମେ ସୃଷ୍ଟି ତୁମେ ସ୍ରଷ୍ଟା ତୁମେ ଚାରିଯୁଗର ଦ୍ରଷ୍ଟା
ସମାଜେ ଅନ୍ୟାୟ ଦେଖି ନ ହୁଅ ନିରବଦ୍ରଷ୍ଟା |
