ପ୍ରସଙ୍ଗ ଫେରେକି ଅତୀତ ଶୀର୍ଷକ ଫେରେନା ଅତୀତ
ପ୍ରସଙ୍ଗ ଫେରେକି ଅତୀତ ଶୀର୍ଷକ ଫେରେନା ଅତୀତ
ଜୀବନଟା ଗୋଟେ ଜଳଧାରା
ବହିଚାଲେ ବହିଚାଲେ
ବହୁଥିବା ଜୀବନର ଜଳଧାରାରେ
କେବେ ସୁଖ ପୁଣି କେବେ ଦୁଃଖ ଖେଳେ |
ସମୟ ଚାଲିଯାଏ ସତ
ହେଲେ ଏ ମନ ସେଇ ଘଟଣାକୁ ଜାବୁଡ଼ି ଧରେ ଅବିରତ |
ହେଲେ ସମୟଟା ଅମାନିଆ
ଯେତେ ଜୀବ ଏଠି ଦୁଇ ଦିନିଆ କୁଣିଆ |
ଦିନ ଏମିତି ଯିବ ଚାଲି
ଯଦି ସମୟ କାଟିଲେ ଭାଳି ଭାଳି |
ଅତୀତ ଫେରେନାହିଁ ସତ
ହେ ସମସ୍ତ ମଣିଷ ହୁଅ ସର୍ବଦା ଜାଗ୍ରତ |

