ଛୁଆ ବେଲର୍ ଦଶ୍ରା ଛୁଟି
ଛୁଆ ବେଲର୍ ଦଶ୍ରା ଛୁଟି
ସୋର୍ ପଡ଼୍ସି ସେ ଛୁଆବେଲର୍ ଦଶ୍ରା ଛୁଟି
ଇହାଦେ ବି ସୋର୍ ପଡ଼୍ସି ଯାଇଥିଲେଁ ବି ସେ ସମିୟା ବିତି |
ଦଶ୍ରା ଛୁଟି ହେଲେଁ ଇସ୍କୁଲେଁ ଟାକ୍ସ୍ ଦେଉଥିଲେ କେତ୍ନି କେତେ
ହେଲେଁ ମନ୍ ଲାଗୁଥିସି ଗାଁ ଯିବାର୍ କେ ମତେ |
ଟାକ୍ସ୍ ନାଇଁ କଲେଁ ଇସ୍କୁଲେଁ ମାଡ଼୍ ଗେଲର୍ ଡର୍
ଇଥିର୍ ଲାଗିଁ ବିବେକ୍ କହେସି ଜଲ୍ଦି ଜଲ୍ଦି ଟାକ୍ସ୍ କର୍ |
ମୁଇଁ ଟାକ୍ସ୍ କରୁଥିଲିଁ ଜଲ୍ଦି ଜଲ୍ଦି ଯିମି ବଲିଁ ମୁଇଁ ଗାଁ
ଟାକ୍ସ୍ କରିସାର୍ଲେଁ ଗାଁ ଯୁଆ ମାମୁଁ ଘରର୍ ଭାବ୍ ପିରତୀ ପାଏବାର୍ ଲାଗିଁ ମନ୍ କରିଥିସି ଆଁ |
ଭାଏ ଜୀଉଁତିଆ ଆଘର୍ ଦିନ ମାଁ ଯାଉଥିଲା ମାମୁଁ ଘର୍
ସେଥିର୍ ଲାଗିଁ ଦଶ୍ରାର୍ ଟାକ୍ସ୍ ସାର୍ବାର୍ ଲାଗିଁ ହେଉଥିଲିଁ ହର୍ବର୍ |
ଦଶ୍ରା ଛୁଟିରେ ମାମୁଁ ଘରେଁ ଲାଗୁଥିଲା କେତ୍ନି କେତେ ମଜା
ମାମୁଁ ଘରେଁ ସମ୍କିର୍ର ସଉକ୍ ପାଇକରିଁ ମନ୍ ଟା କହୁଥିଲା ମୁଇଁ ଏକା ଇନୁ ରଜା |
ଦଶ୍ରା ଛୁଟି ଶେଷ୍ ସମିୟା ଥିଁ ହେସି ଆମର୍ ଗାଁ ଯାତ୍ରା
ମାମୁଁ ଘରେଁ ଯେତେ ପଏସା ଦେଉଥିଲେ ସେଟା ନେଉଥିଲେ ଠେଲା,ହଟେଲ୍ ,ମୀନା ବଜାର୍,ମନୋହରୀ ପସ୍ରା |
ଯାତ୍ରାର୍ ଶେଷ୍ ଦିନ ହେସି ଆମର୍ ଗାଁ ନୁ କମ୍ଗେଇ ମାଁର୍ ବଏଲ୍
ଯାତ୍ରା ଦିନ ପାଠ୍ ମୁଲ୍ ପାଠ୍ ପଢ଼ା ସବୁ କେ ମନ୍ ଦେଉଥିସି ଗେଲ୍ |
ସେ ଦିନ କିହେ ନାଇଁ ଆସୁଥିଲେ ପାଠ୍ ପଢ଼ି
ଯେନ୍ ମାନେ ନାଇଁ ଆସିଥାଇଁ ସେମାନ୍କୁ ଆଜ୍ଞାମାନେ ଗେଲ୍ ଦେଉଥିଲେ ରଡ଼ି ରଡ଼ି |
