ଯୌବନ
ଯୌବନ
ଯୌବନ ଥରେ ଆସେ ଦୁଇ ଥର ଆସେନା
ଯୌବନ ଥରେ ଗଲେ ଆଉ ଥରେ ଫେରେନା ।
କେବେ ମଜା ଲାଗେ ଜୀବନଟା
କେବେ କାନ୍ଦେ ଏ ମନଟା ।
କେବେ ରହେ କଲ୍ପନାରେ
କେବେ ରହେ ବାସ୍ତବତାରେ ।
କେବେ ମିଳନର ଖୁସି ମିଳେ
କେବେ ଧୋକା ପାଇଁ ମନଟା ଜଳେ ।
ଏ ମନ ଗଢ଼େ କେତେ ସପନ
ଟିକେ ଟିକେ କଥାରେ ଅନ୍ଯ ପାଇଁ ଭାଙ୍ଗିଯାଏ ମନ ।
ମିଳନ ବିରହ ଧୋକାର ଏ ଯୌବନ
ଯଦି ପ୍ରେମ ଆଡ଼କୁ ଦିଅ ମନ ।
ଏମିତି କଟାଇବା ନୁହେଁ ପ୍ରକୃତ ଯୌବନ
ଯୌବନ ହେଉଛି ଉତ୍ତମ ସମୟ ଗଢ଼ିବା ପାଇଁ ନିଜ ଜୀବନ ।
ଠିକ୍ ଭାବେ ମନକୁ କର ନିୟନ୍ତ୍ରଣ
ମନ ଠିକ୍ ଥିଲେ ହେବ ସବୁ କିଛି ମିଳନ ।

