STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବ୍ରହ୍ମାଣ୍ଡ ଠାକୁର

ବ୍ରହ୍ମାଣ୍ଡ ଠାକୁର

2 mins
401

ଜୟ ଜୟ ଜଗନ୍ନାଥ କମଳାର ବର l

ନୀଳସିନ୍ଧୁତଟେ ତୁମ୍ଭ ସୁନ୍ଦର ମନ୍ଦିର ll


ନୀଳ ଚକ୍ରେ ଉଡ଼ାଇଛ ପତିତପାବନ l

ଭକତବତ୍ସଳ ପ୍ରଭୋ ପତିତ ତାରଣ ll


ଶଙ୍ଖଚକ୍ର ଗଦା ପଦ୍ମ ଆଣ୍ଟେ ଧରିଅଛ l

ସୁନ୍ଦର ବଦନ ପ୍ରଭୁ ଜଗତ ମୋହୁଛ ll


କ୍ଷୀରସିନ୍ଧୁବାସ ପ୍ରଭୁ ଲୀଳାମୟ ହରି l

ଦୁଃସହଦୁର୍ଗତି ନାମେ ପଳାବନ୍ତିଡରି ll


ଶୟନ ଯାହାଙ୍କ ସଦା ଅନନ୍ତଅଙ୍କରେ l

କମଳାସେବନ୍ତି ତାଙ୍କ ପଦପଙ୍କଜରେ ll


ବ୍ରହ୍ମାଣ୍ଡମାଳ ଯାଙ୍କର ପଦରେ ଲୋଟୁଛି l

ବିଚିତ୍ରଲୀଳା ତାଙ୍କର ଜଗତେ ବ୍ଯାପିଛି ll


ଦେବ ଯକ୍ଷ ନର ଯାହାଙ୍କର ପାଦଚିନ୍ତି l

ଭୀଷଣ ସଂସାର ଶୋକବାରିଧି ତରନ୍ତି ll


ମାୟାରେ ଯାଙ୍କର ଏ ଜଗତ ଆତଜାତ l

ସୂର୍ଯ୍ୟଚନ୍ଦ୍ର ଗ୍ରହତାରା ହୋନ୍ତି ଗତାଗତ ll 


ଯାହାଙ୍କର ଆଦେଶରେ ଷଡ଼ ଋତୁ ଛନ୍ତି l

ଏକପରେ ଏକ କାର୍ଯ୍ୟ ସାଧି ଯାଉଛନ୍ତି ll


ସିନ୍ଧୁ ନଲଂଘଇ କୂଳ ତାଙ୍କର ନିର୍ଦ୍ଦେଶେ l

ପତିତ କେତନ ତାଙ୍କ ବହୁଦୂରୁ ଦିଶେ ll


ବ୍ରହ୍ମାଣ୍ଡ ପାଳନ୍ତି, ପ୍ରଭୋ ବ୍ରହ୍ମାଣ୍ଡ ଠାକୁର l 

ତାହାଙ୍କର ପାଦପଦ୍ମେ ଶରଣ ମୋହର ll

         


Rate this content
Log in

Similar oriya poem from Inspirational