STORYMIRROR

Reshma Moharana

Abstract

3  

Reshma Moharana

Abstract

ହୋଲି

ହୋଲି

1 min
329

ସୋରିଷ ଫୁଲର ହଳଦି ପାଟ ପିନ୍ଧି

ପଳାଶ ଫୁଲ ର ନାରଙ୍ଗୀ ଓଢଣୀ ଟାଣି

ବସୁନ୍ଧରା ଆଜି ସାଜିଛି ରାଣୀ

ପରିପୃଷ୍ଠତା ର ସବୁଜିମା ତୋଳି

ରିକ୍ତ ସିକ୍ତ ନିରାଶ କୁ ଏଡାଇ

ସଂଜୀବନୀ ର ଅମୃତ ଛଟକାଏ ଛ।ଟି....


ଲାଲ ଟହ ଟହ କୃଷ୍ନ ଚୁଡ଼ା ସଙ୍ଗେ

ଜୁଇ ଜାଇ ମଲ୍ଲି କୁ ସଂ।ଉଟି ରଖିଛି

ଗୋଲାପୀ ପଦ୍ମ ପାଖୁଡ଼ା କୁ ମଝିରେ ଦେଇ

ଧୋବ ଫର ଫର ତାରାଟ ର ଗଜରା ଟିଏ ଗୁଁଥିଛି 

ଦରଫୁଟା ମହ ମହ ଚମ୍ପା ମୁଠେ ଅଲଗା ରଖିଛି

ମାନସ ପଟ ରେ କ।ହ୍ନୁ ର ଆକୃତି ଆଙ୍କିଛି

ଭେଟି ଦେବା ପାଇଁ ମୋ ଶାଶ୍ଵତ ପ୍ରେମ କୁ କାଳିଆ ପାଦ ତଳେ...


ସୁନା ମୁଖୀ ସୂର୍ଯ୍ୟର ଗରିମାରେ

ପଶ୍ଚିମ ଦିଗଟା ଝଟକି ଯାଉଛି

ରକ୍ତଜବା ମନ୍ଦାରଟି 

ରାଧା ପାଦ ସ୍ପର୍ଶ ପାଇଁ ବିକଳ ହେଉଛି

ଆଉ ଆଶାର ଗୋଟେ ଅନୁଢା ଆକାଶ 

ମୋ ଆଖି  ଆଢ଼ୁଆଳ ରୁ  ଉଙ୍କି ମ।ରୁଛି....


ନଡ଼ିଆର ଅମାନିଆ ବାହୁଙ୍ଗ। 

ଆଉ ମଧୁମାଳତୀର ପରିପକ୍ଵ ପେନ୍ଥା 

ନିଝୁମ ମଳୟର ତାଳେ ତାଳେ ନ।ଚୁଛି

ବଉଳର ବାସ୍ନାରେ ଚତୁର୍ଦ୍ଦିଗ ପୁରି ଉଠୁଛି

କଜଳପାତିଟି ଚମ୍ପା ଡାଳେ ଡାଳେ ଖେଳୁଛି

ମୋ ମନଟା ବି ଉଡି ଯିବାକୁ ଅଳି କରୁଛି....


କୋଇଲିର ସୁମଧୁର ସ୍ୱର

ଖଣ୍ଡ ମଣ୍ଡଳରେ ଗୁଞ୍ଜି ଯାଉଛି

ପୁନେଇ ଚାନ୍ଦ ପୁଷ୍କରିଣୀ ବକ୍ଷରେ ଝଲସୁଛି

ଉତ୍ସ।ହିତ କଇଁଟି ଗଗନକୁ ଚାହିଁଛି

ରଙ୍ଗର ଉତ୍ସଵ ନେ଼ଇ

ଏଇ ଯେ ପୁଣି ଫଗୁଣ ଆସିଛି....


ବସନ୍ତର ରାସରେ ପୃଥିବୀ ହସୁଛି

ଅତିଷ୍ଟ ମନଟି ମୋର

କାହ୍ନୁରେ ତୋତେ ବିନତି କରୁଛି

ଚିରବସନ୍ତରେ ରଙ୍ଗେଇ ଦେବାକୁ 

ମୋ ଜୀବନ-ଧନକୁ 

ବୋଳି ଦେବାକୁ ତୋ ସ୍ନେହ ଆଶୀଷ ର

ଗୋଟେ ଚିର ଡିପ୍ତିମୟ ଭବିଷ୍ୟତ




ସୁନ।ଝର। ହସଟିଏ ଆଙ୍କି ଦେବାକୁ 

ମୁକ୍ତା ଭରା ତା ଅକଳନ୍ତି ସ୍ଵପ୍ନରେ

ଦିଗନ୍ତର ସେ ପ।ରିରୁତୋଳି ଆଣିବାକୁ 

ଉପଲବ୍ଧିର ମୁଠା ମୁଠା ଆଲୋକ

ଆଉ ପରିତୃପ୍ତି ର ନିଃଶ୍ୱାସ


ସ୍ନେହ ଛଡା ଆଉ କିଛି ନାହିଁ

ମୋ ପସରାରେ...

ପାରିବୁ ଯଦି ଗ୍ରହଣ କରିବୁ...

ମନର ଅନ୍ତରାଳରୁ...

ବିଶ୍ୱାସରେ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Reshma Moharana

Similar oriya poem from Abstract