ଜୀବନ ର ପଥେ
ଜୀବନ ର ପଥେ
କିଛି ଦୁଃଖ କିଛି ସୁଖ
କିଛି ସଫଳତା କିଛି ହତାଶ
କିଛି ଆଶା କିଛି ନିରାଶା
କିଛି ସ୍ମିତ ହସ ଆଉ କିଛି
କିଛି ଅସ୍ମିତ ଅଶ୍ରୁ ଝରା
ଏତିକି ଭାବର ର ସମଷ୍ଟି ରେ ଜୀବନ ର ଗୀତ
କିଛି ସ୍ଵପ୍ନ ମନ ଆଢ଼ୁଆଳରେ
ସୁନା ଝରା ସକାଳ କୁ ଅପେକ୍ଷାରେ
ଅଞ୍ଜୁଲେ ଆକାଂକ୍ଷା କୁ ନିରିଖି ଚାହିଁ ବସିଛି
ବୁକୁ ରେ ଗୋଟିଏ ସାଗର ର ଅସୁମାରୀ ବ୍ୟଥା
ମଉନ ଆଖିରେ ଗୋଟିଏ ଆକାଶ ର ବିଶଦ କଥା
ସାଉଟୀ ରାଗ ଅସବାରୀ
ବୋହୀ ଯାଏ ନଦୀଟି ଏ ପରି
କ୍ଳାନ୍ତି ର ଉସ୍ମତା ରେ
ଅକୁହା ଉଦବେଗ ରେ
କିଛି ଉତ୍ତର ର ଅନୁସରଣ ରେ
ଖାଲି ବଞ୍ଚିବା ପାଇଁ ନୁହେଁ
ଲେଖିବା ପାଇଁ ଗୋଟେ ଅଲିଖିତ ପଦ
ଜୀବନର ବର୍ଣାଳିରେ
ଅଦ୍ୟମ ସାହସ ରେ.......
ଓଠର ସୀମାରେ ଆଙ୍କିବା ପାଇଁ
ବିନା ଆତ୍ମଗ୍ଲାନି ର ଧାରେ ହସ
କୁଣ୍ଡାଇ ନେବାକୁ ଶେଷ ବିଦାୟ କୁ
ଆତ୍ମ ଆନୁରକ୍ତି ର ଗର୍ବରେ ।