STORYMIRROR

Jagannath Barik

Classics

3  

Jagannath Barik

Classics

ବିଶ୍ୱ ପ୍ରାଣଧନ

ବିଶ୍ୱ ପ୍ରାଣଧନ

1 min
723


ବିଶ୍ୱ ପ୍ରାଣଧନ  ରାଜିବ ନୟନ

    ଭକ୍ତ ସ୍ତୁତି ଚିନ୍ତାମଣି

ନୀଳ ନବଘନ  ଜିତ ଅପଘନ

   ସର୍ବ ସମ୍ପଦର ଖଣି 

ହେ ଧବ, ଭାବବତ୍ସଳ କରୁଣାର୍ଣ୍ଣବ

      ସୃଷ୍ଟି ସାର କାନ୍ତି ବଇଭଵ

       ଜୟ ସଚ୍ଚିଦାନନ୍ଦ ମାଧବ ।


ପାତାଳ ପୟର  ଶିର ମହାମ୍ବର

    ଜ୍ୟୋତିଶ୍ଚକ୍ର ନୟନର 

ବ୍ୟୋମ ପୟୋଧର  ସଘନ କୁନ୍ତଳ

    ବିଶ୍ୱରୂପୀ ବିଶ୍ଵମ୍ଭର 

ହେ ଶର୍ବ, ମାଳ ମାଳ ବ୍ରହ୍ମାଣ୍ଡ ଯା'ଗର୍ଭ

      ପାଦେ ପ୍ରଣତ ଭଵ ବାସବ

       ବ୍ରହ୍ମଦାରୁ ଓଁକାର ପ୍ରଣବ ।


ନାଭିରୁ ଉତ୍ପତ୍ତି   ସ୍ୱୟଂ ବେଦପତି

     ନଖ କୋଣେ ମନ୍ଦାକିନୀ

ବାଗ୍ଦେବୀ ଭାରତୀ  ମୁଖେ ବିହରନ୍ତି 

     ବକ୍ଷେ ସାଗର ନନ୍ଦିନୀ 

ହେ ହରି, ପୂର୍ଣ୍ଣବ୍ରହ୍ମ ବିଜେ ନୀଳ ଦରୀ

       ଚରାଚର ଥାନ୍ତି ଆଶ୍ରା କରି

       ସ୍ତୁ

ତି ରତ ଅମର ଅମରୀ ।


ଯୋଗୀଜନ ମନ  ଧ୍ୟାନ ହଂସଧନ

    ବେଦ ବନ୍ଦିତ ଈଶ୍ୱର

ଶରଣ ରକ୍ଷଣ   ପତିତପାବନ

    ଜୟ ଶଙ୍ଖପୁରେଶ୍ଵର 

ହେ ଧର-, ଧର ଧରଣୀଧର ସୁନ୍ଦର

      ବଡ଼ ଦିଅଁ ରାଜ ରାଜେଶ୍ୱର

       ମହାବାହୁ ଦର ଅରି ଧର ।


ଆରତ ନାଶନ  ଅଘ ବିନାଶନ

   ଗରବ ଗଞ୍ଜନକାରୀ

କଳ୍ପବଟ ଅର୍କ   କୈବଲ୍ୟ ଦାୟକ

   ଦୀନବନ୍ଧୁ ଦଇତାରି

ହେ ପତି, ପରମେଶ ଚତୁର୍ଦ୍ଧା ମୂରତି 

       ସର୍ବ ଘଟବାସୀ ଚକ୍ରବର୍ତ୍ତୀ

      ବିଚିତ୍ରକର୍ମା ଗତି ମୁକତି ।


କପୀଶ ଖଗେଶ   ଗଣେଶ ନାଗେଶ

     ନିରନ୍ତର ସେବାରତ

କରଟ ଭୂଷଣ୍ଡ    ଋଷି ମାରକଣ୍ଡ

   ନତ କୋଟି ଭକ୍ତା ଭକ୍ତ

ହେ ନାଥ, ଜଗତର ନାଥ ଜଗନ୍ନାଥ

       ଚକ୍ର ନେତ୍ର ଦରଘଟ ଖ୍ୟାତ

       କରେ ବଗା ଜଗା ପ୍ରଣିପାତ ।



Rate this content
Log in

Similar oriya poem from Classics