ଟେଣ୍ଟେଇ ର ବଳ
ଟେଣ୍ଟେଇ ର ବଳ
N
କ୍ଷୀର ଉତୁରିଲେ ଚୁଲିରେ ଯେ ପଶେ ବାଉଁଶ ଫୁଲିଲେ ମରେ
ମଣିଷ ଟା ଯଦି ଉତୁରେ କି ଫୁଲେ ମରଣ ହୁଏ ଅକାଳେ
ନୀଚ ଜନ ଉଚ୍ଚ ପଦବୀ ପାଇଲେ ସଭିଙ୍କୁ ମଣଇ ହେୟ
ଘୁଷୁରୀ କି ଗାଈ ହୋଇବ ଜଗତ ଶୁଣି ହସିବ ନିଶ୍ଚୟ ।।
ଆଜିର ଦୁନିଆଁ ଅଜବ ଗଜବ ମୁରୁଖ ସବୁଠି ଆଗେ
ପୋଥି ଦେଖି କହି ଆପଣା ଗରିମା ପ୍ରଚାର କରେ ସରାଗେ
ଟେଣ୍ଟେଇ ର ବଳ ଜାଣଇ ଜଗତ ଡେଣାରେ ତା କେତେ ବଳ
ନିଜ ଜ୍ଞାନ ସୀମା ଅଜଣା ନିର୍ବୋଧ ନିଜେ ଭାବେ ମହାବଳ ।।
ତାତ୍ସଲ୍ୟ କରିଲେ କି ହେବ ଅବୋଧ ଜୀବନ ହେବ ଅସାର
ଶେଷ ସମୟ ଯେ ଉପଗତ ହେଲା ନମିଳିବ ଥଳ କୂଳ
ଟେଣ୍ଟେଇ ଛୁଆ ଯେ ବସି କିଆ ପତ୍ରେ କହୁଛି ଭାଙ୍ଗିଲା ଡାଳ
ତାହା ଦେଖି ମାଆ କହୁଛି ଧନରେ ମୁଁ ଜାଣେ ତୋହର ବଳ ।।
ସତେ କେତେ ବଳ ମଡ ମଡ ହୋଇ ଭାଙ୍ଗିଯାଏ କିଆ ଡାଳ
ନକୁହ କାହାକୁ ତୋବଳ ଦେଖିଲେ ହସିବେ ବିହଙ୍ଗ କୁଳ ।।