STORYMIRROR

Jyotirmoyee Mohanty

Classics

3  

Jyotirmoyee Mohanty

Classics

ପ୍ରେମର ପୁଲ୍ଲକ

ପ୍ରେମର ପୁଲ୍ଲକ

1 min
508

ତମେ ବି ନିରବ ମୁଁ ବି ନିରବ

ନୀରବତା କୁହେ କଥା

କୁହନାହିଁ କିଛି ଶୁଣିପାରେ ମୁଁ ଯେ

ଦରଦୀ ହୃଦୟ ବ୍ୟଥା ।


କେତେ ବେଳେ ଆଖି କେତେବେଳେ ଓଠ

କରୁ ଥାଏ ଆନମନା

ଦୁଇପଦ କଥା ହେବା ପାଇଁ ସତେ 

କେତେ ମୁଁ କରେ ବାହାନା l


ହୃଦୟ ସାଗରେ ଅନେକ ଜୁଆର

ଆସି ପୁଣି ଫେରୁଥାଏ,

ତୁମ ଭାବନାରେ ହଜିବାକୁ କାହିଁ

ଏତେ ମୁଁ ଯେ ଭଲ ପାଏ l


ଦୁଇ ହୃଦୟର ଅବ୍ୟକ୍ତ ସଂଳାପ

ଗୋପନରେ ଦିଆନିଆ,

ତୁମେ ବି ଜାଣିଛ ମୁଁ ବି ଜାଣିଛି

ହୃଦୟେ ଜଳୁଛି ନିଆଁ l


ଅଜାଣତେ ମୋର ଅମାନିଆ ମନ

ତୁମ ପ୍ରତୀକ୍ଷାରେ ଥାଏ,

ନ ଆସିଲେ ତୁମେ ଦୁଃଖର ବାଦଲ

ମନ ଆକାଶରେ ଛାଏ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics