ନବମ ଅବତାରରେ ବୁଦ୍ଧ
ନବମ ଅବତାରରେ ବୁଦ୍ଧ
ଜରା, ବ୍ୟାଧି ମୃତ୍ୟୁ ଜୀବନ୍ତ ଚିତ୍ର ଯୁବକ ଅନ୍ତର ତଳେ
କରୁଣ ଚିତ୍କାର ଅସ଼ହ୍ୟ ଯନ୍ତ୍ରଣା ଦ୍ରବିଗଲା ପଳେ ପଳେ
ଉତ୍କଣ୍ଠିତ ହେଲା ଜୀବନ ଯୌବନ ବନ୍ଧା ବିବେକ ଆଗରେ
କରିବି ସଂଗ୍ରାମ ହସିବ ସଂସାର ଅହିଂସା ର ପ୍ରାଙ୍ଗଣରେ ।।
ଜରା,ବ୍ୟାଧି ମୁକ୍ତ ସମାଜ ସୃଜନ ମୃତ୍ୟୁ କୁ ଅମୃତ ମୟ
କରିବାର ମନ୍ତ୍ର ସାଧକ ବୁଦ୍ଧ ରାଜନ୍ୟ ବୈଭବ ହେୟ
ବିଷୟା ପ୍ରେମକୁ ପରିତ୍ୟାଗ କରି ନୈସର୍ଗିକ ପ୍ରେମ ପଥ
ଦେଖାଇଲେ ଯିଏ ନବମାବତାର ସ୍ଵୟଂ ଭଗବାନ ବୁଦ୍ଧ ।।
କାମନା ବାସନା ବିନାଶେ ମନରୁ ବିଷାଦ ଯାଏ ଦୂରେଇ
ଅହିଂସା ପଥର ପଥିକ ହୋଇଲେ ସୁଖ ଶାନ୍ତି ବିରାଜଇ
ଲୋଭ ମୋହ ମାୟା ସଂସାର ଜଞ୍ଜାଳୁ ମୁକ୍ତି ମନ୍ତ୍ର ର ସାଧକ
ଶୁଦ୍ଧୋଦନ ମୟା ଦେବୀ ଙ୍କ କୋଳର ଅଲିଅଳ ରାଜ ପୁତ୍ର ।।
ଧନ୍ୟ ତୁମେ ପ୍ରଭୁ ଜଗତ ମଙ୍ଗଳକରୀ ହେ ଦିବ୍ୟ ପୁରୁଷ
ଅବିର୍ଭାବ ହୋଇ ଉଦ୍ଧାର କାରୀ ବିଷକୁ କରିଛ ପୀୟୂଷ ।।
