STORYMIRROR

Kabiratna Nutan Kumar Behera

Classics Inspirational

3  

Kabiratna Nutan Kumar Behera

Classics Inspirational

ନୂଆ ସକାଳ

ନୂଆ ସକାଳ

1 min
1.1K

ଆଜିର ସୂରୁଜ ଢଳିଗଲେ ଅସ୍ତାଚଳେ

କାଲିକୁ ପୁଣି ସାଥୀରେ ତାର ନେଇ ଆସେ

ଆଲୋକର ଆଉ ଏକ ସୁନ୍ଦର ନୂଆ ସକାଳ

ପ୍ରତିଟି ସମାପ୍ତି ଅନ୍ୟ ଏକ ଆରମ୍ଭର

ଶୁଭ ସୂଚନା ଦିଏ ପ୍ରତ୍ୟକ୍ଷରେ ଉଭା ହୋଇ

ସୃଷ୍ଟିର ଏ ଶାଶ୍ବତ ଚିରନ୍ତନ ନିୟମ

ଚାଲିଥିଲା ଚାଲିଛି ଚାଲୁଥିବ ଅନନ୍ତ କାଳ ଯାଏଁ

ଗତି ପ୍ରଗତିରେ ଗତାନୁଗତିକ ନୀତି ଅନୁସାରେ

ବ୍ୟତିକ୍ରମ ତାର ହୋଇ ନାହିଁ କେବେ

ହେବାର ମଧ୍ୟ ନାହିଁ ଆଗାମୀ ଭବିଷ୍ୟତରେ

ଯଦିବା କେବେ ହୁଏ ଏ ସମ୍ଭବ

ସୃଷ୍ଟି କି ସ୍ରଷ୍ଟାଙ୍କୁ କୁହା ହେବ ନାହିଁ ଅନନ୍ତ

ପ୍ରତି ଦିବସର ପ୍ରାରମ୍ଭକୁ ନେଇ ଆସେ

ଉଜ୍ଜ୍ବଳ ଆଲୋକରେ ସଜାଇ ନୂଆ ସକାଳ

ପ୍ରଶ୍ନ ଉଠେ ମନରେ ଏ ତ ନିୟମିତ

କ୍ରମାନୁସାରେ ଘଟି ଚାଲିଛି ଚାଲିଥିବ

ନୂଆ ସକାଳ କହିବାର ଅଛି କି ତାତ୍ପର୍ଯ୍ୟ 

ଯାହା ଆସି ନାହିଁ ଆସିବାର ଅଛି ସମ୍ଭାବନା

ନିଶ୍ଚିତ ଧ୍ରୁବ ସତ୍ୟ ପରି ସେ ଚୂଡ଼ାନ୍ତ

ସେ ଆସିଗଲେ ଆଖିକୁ ଲାଗେ ନୂଆ

ସ୍ଥୂଳ ଦୃଷ୍ଟିରେ ଦେଖିଲେ ଲାଗେନା ନୂତନ

ସୂକ୍ଷ୍ମରେ ବିଚାର କଲେ ଜଣାଯାଏ

ପ୍ରତି ମୁହୂର୍ତ୍ତ ହେଉଛି ନୂଆର ମଧୁର ସ୍ପର୍ଶ

ଏକ ନିମିଷକରେ ବି ଘଟିପାରେ ବହୁତ କିଛି

ସୃଷ୍ଟି ସ୍ଥିତି ପ୍ରଳୟକୁ ନେଇ ସମୟ ଗତିଶୀଳ

ମନ ପ୍ରାଣ ଆତ୍ମାର ଏ ଶରୀରରେ

ସବୁଜ ପ୍ରକୃତିର ବିଲ ବନ ପ୍ରାନ୍ତରରେ

ସବୁବେଳେ ସବୁ ସମୟରେ ଆସୁଛି ନୂଆ

ଏକ ପରିବର୍ତ୍ତନର ସ୍ଵରକୁ ଆହ୍ଵାନ କରି

ନୂଆ ସକାଳ ବି ସେମିତି ଆସେ

ଘନ ଅନ୍ଧକାରର କାଳ ରାତ୍ରୀ ତଡ଼ି ଦେଇ

ସକାଳ କହେ ଦେଖ ମୁଁ ଆସିଛି ନୂଆ ହୋଇ

ଆଲୋକର ତରଙ୍ଗ ଖେଳାଇଛି ଜଗତରେ

ସଭିଙ୍କୁ ସ୍ବାଗତ କରି ପ୍ରେରଣା ଦିଏ

ଅନ୍ତର ଭିତରେ ଆଣ ନବ ଜାଗରଣ

ଅନ୍ଧ ବୁଝାମଣାକୁ ଦିଅ ସମାଧି

ଆଗେଇ ଆସ ନୂତନତ୍ବରେ ହୋଇ ଉଦବୁଦ୍ଧ

ସବୁ କିଛି ବଦଳି ଯିବ ହେବ ରୂପାନ୍ତର

ଜୀବନ ହସି ଉଠିବ ଏ ନୂଆ ସକାଳ ପରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics