ଆହେ ଜଗନ୍ନାଥ
ଆହେ ଜଗନ୍ନାଥ


କିମ୍ପା ଦେବି ଦୋଷ ଆହେ ଜଗନ୍ନାଥ
କିଛି ଦେଲ ନାହିଁ ବୋଲି
ପତି,ପୁତ୍ର, କନ୍ୟା ଜୋଇଁ ,ନାତୁଣୀ ର ସୁଖ
ପଣତେ ଦେଇଛ ଢାଳି ।
ମାଥେ ମଥାମଣୀ ତୁମ ପରି ନାଥ
ମୋର ଦରକାର ନାହିଁ
ସୌଭାଗ୍ୟ ପ୍ରତୀକ ମଥା ରେ ଦେଇଛ
ଉଜ୍ଜ୍ଵଳ ସିନ୍ଦୂର ନାଲି ।
ଦରକାର ନାହିଁ କନକ କଙ୍କଣ
ହାତେ ଥାଉ କାଚ ଚୁଡି
ବାର୍ଦ୍ଧକ୍ୟ କାଳ ରେ ପତି, ପୁତ୍ର ମୋର
ହୁଅନ୍ତୁ ମୋ ଆଶା ବାଡି ।
କବୟତ୍ରୀ ଟି ଏ କଲ ନାହିଁ ବୋଲି
କାହିଁକି ବା ହେବି ଦୂ8ଖି
ତୁମ ସାଙ୍ଗେ ଦୂ8ଖ ସୁଖ ହେବା ପାଇଁ
ଦି'ଧାଡି ତ ପାରୁଛି ଲେଖି ।