STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ଲାଗୁଅଛି ଡର

ଲାଗୁଅଛି ଡର

1 min
7

 

ଚିଲିବାକୁ ଏହି ପଥେ ଲାଗଇ ଡର 

ଅନୁଭବେ ବଡ ବିସ୍ମୟ ଏ ସଂସାର

କେତେ ରଙ୍ଗ ମାଖି କିଏ କେତେ ପ୍ରକାର

ଖେଳ କରୁଛନ୍ତି ଦେଖ ନାହିଁ ଖାତର, ଚାଲିବାକୁ...।।


କାହିଁଗଲା ମଣିଷର ମଣିଷ ପଣିଆ

ଜୀବନଟା ମୂଲ୍ୟହୀନ କିବା ମାହାଳିଆ

ମିଛ ଅବିଶ୍ୱାସ ମୟ ଲାଗେ ଅନ୍ଧକାର

କେମିତି କହିବି କହ କିଏ ମୋ ନିଜର, ଚାଲିବାକୁ...।।


ବନ୍ଧୁର ପଥରେ ଗତି କରଇ ସମାଜ

ଦୁଃଖ ଦୁଆରେ ଜୀବନ ହେଲାଣି ଅସଜ

ମାଡି ଆସେ କାଳ ରାହୁ ରୂପ ଭୟଙ୍କର

ମଣିଷେ ମଣିଷ କରେ ବିଚିତ୍ର ବେଭାର, ଚାଲିବାକୁ...।।


ଭବରଙ୍ଗ ଭୂମୀ ସିନା ରଙ୍ଗ ଆଉ ନାହିଁ

ବେରଙ୍ଗି ମଣିଷ ହିଂସା ପଥେ ଦଉଡଇ

ଧ୍ବଂସାଭିମୁଖୀ ହେଉଛି ଆଜି ଏ ସଂସାର

ମରଣଯନ୍ତା ପାଲଟେ ଆଜି ନିଜ ଘର, ଚାଲିବାକୁ...।।


ଥକା ଲାଗିଲାଣି ଆଉ ଚାଲି ହେଉନାହିଁ

ଜୀବନ ର ସୂର୍ଯ୍ୟ ଅସ୍ତାଚଳେ ଛନ୍ତି ରହି

କେମିତି ବଞ୍ଚିବ ସୃଷ୍ଟି ଈଶ୍ଵର ତୁମର

ତୁମେ ହିଁ ସାହା ଭରଷା ଏଇ ଦୁନିଆଁର, ଚାଲିବାକୁ...।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational