STORYMIRROR

Satyabati Swain

Inspirational

3  

Satyabati Swain

Inspirational

ପ୍ରେମ କିସ ଚିଜ

ପ୍ରେମ କିସ ଚିଜ

1 min
4

ଗଉରୀ ଲୋ ମୋତେ ସତ କହିବୁ

ପ୍ରେମ କିସ  ଚିଜ ବୁଝାଇ ଦେବୁ।।


ବାପା,ପୁଅ,ଭାଇ,ମାଆ ଝିଅରେ

ସ୍ୱାମୀସ୍ତ୍ରୀ, ଅଜାଆଈ,ମାମୁଁ ମାଇଁରେ।।


ଶଳା, ଶାଳୀ ,ଝିଆରୀ ପୁତୁରା ରେ

ଶାଶୁ ଶଶୁର,ବନ୍ଧୁ ଭାଵ ଅନ୍ତରେ।।


ଲୁଚି ରହିଅଛି ଯେଉଁ ସେହ୍ନ ଭିତରେ

ନାଆଁ ତାର 'ପ୍ରେମ 'ବୋଧେ ସଂସାରେ।।


ଟିକେ ସେହ୍ନ ପ୍ରେମ ମମତା ଓ ଶରଧା 

ଏଥିରେ ପରା ଜଗତ ପରାଣୀ ବନ୍ଧା।।


ଏଥି ପାଇଁ କିଆଁ ଏତେଟୀକ୍କା ଟିପ୍ପଣୀ

ଅମୀୟଭାବକୁ କୁତ୍ସିତ ରୂପେ ଭଣି।।


ଗଉରୀ ଲୋ ଚକା ଭଉଁରୀ ଖେଳି

ଏ ସନ୍ଦେଶ ଦେବୁ ମଣିଷରେ ଢାଳି।।


ଯୁଗେଯୁଗେ ପ୍ରେମ ଦୁଃଲ୍ଲଭ ଭାଵ

ଯାହା ଯୋଗୁଁ ମର୍ତ୍ତେଶ୍ରେଷ୍ଠ  ମାନବ।।


ପ୍ରେମ ହୀନ ହେଲେ ଏଇ ସଂସାର

ଦେବତା କିଆଁ ଲୋ ଜନମିବ ନର?।।


ଧରା କାହିଁକି ବା ହେବ ଲୋ ସରଗ

ନିତି କାଇଁ ହୃଦୟ କାହାକୁ   ଝୁରିଵ??।।


ଭଲପାଇବା ଟି ଶୂନ୍ୟ ହୋଇଲେ

ଜୀବ ଟି ନିର୍ଜୀବ ବୋଲାଇବ ଭଲେ।।


ପ୍ରେମ କୁ କଦର୍ଥ କରେ ଯେଉଁ ଲୋକ

ମାନସିକ ବ୍ୟାଧି ରୋଗୀ ସେଇ ମୁରୁଖ।।


ପ୍ରେମ ସେହ୍ନମୟ ଏଇ ଜଗତ ହେଉ

ସେହ୍ନ ପ୍ରେମ ବାଣ୍ଟି  ଆମ ଜୀବନ ଯାଉ।



Rate this content
Log in

Similar oriya poem from Inspirational