STORYMIRROR

Dr Baman Chandra Dixit

Inspirational

3  

Dr Baman Chandra Dixit

Inspirational

"ଫୁରୁଷି"ଭାଇ

"ଫୁରୁଷି"ଭାଇ

1 min
194

କି କହିବି ଆମ ସାହିତ୍ୟ କଥା

ଭାବିଲେ ମୁଣ୍ଡ ମୋ ହେଉଛି ବଥା

ଯେତେ ବଡ଼ ସଂସ୍ଥା ସେତେ ଦୁର୍ନୀତି

ପ୍ରଗତି ନାମରେ ହୁଏ ଦୁର୍ଗତି

ନିଜେ ଭୋଗୁଛି ଖାଲି

ବଡ଼ବଡ଼ ଭାବି ହଡ଼ବଡ଼ ହେଲି

ବିଚରା ପ୍ରବାସୀ ଓଡ଼ିଆ ବୋଲି।।


"ଫୁରୁଷି" ଭାଇଙ୍କ କଥା ନିଆରା

ସଭାପତି ବୋଲି ନାଆଁ ଡାକରା

ଖୋଜୁଥାନ୍ତି ନିତି ନୂଆ ଶିକାର

ସେବା ନାମେ ଚାଲେ ତାଙ୍କ ବେପାର

ଗୋଟେ ମିଳିଲେ କେହି

ଆଶ୍ୱାସନା ବାଣି ବଖାଣି ବଖାଣି

ଶିକାର କରନ୍ତି ଚାରା ଦେଖେଇ।


ଅଙ୍ଗେନିଭା କଥା କହିବି ବୋଲି

କେବେଠାରୁ ମନେ ଭାବୁ ମୁଁ ଥିଲି

ଆଜି କହୁଛି ମୋ ଠକାମୀ କଥା

ମାଗିଲି ଥରେ ମୁଁ ଗୋଟେ କବିତା

ଆମ ପତ୍ରିକା ପାଇଁ

କେମିତି ବୁଝିବି ଏତେ ବଡ଼ ଲୋକ

ଏତେ ଛୋଟ କାମ କରିବ ଭାଇ।


ବଢ଼େଇ ଚଢେଇ ଟେକିଲେ ମୋତେ

ପ୍ରବାସୀ ଓଡ଼ିଆ ଭାଇ ନମସ୍ତେ

ତୁମର ସାହିତ୍ୟ ସେବା ନିଆରା

ଭାଷା ପାଇଁ ତୁମେ ଆଶା ପସରା

ମୋତେ ବୁଝେଇ କୁହ

ଯାହା କରିଅଛ ଯାହା ବି କରୁଛ

ସବୁ ବିବରଣୀ ପଠେଇ ଦିଅ।


ସଭାପତି ମୁହିଁ ଏକାଡେମୀ ର

ତୁମକୁ କରେଇଦେବି ମେମ୍ବର

ପତ୍ରିକାକୁ ପଞ୍ଜିକୃତ କରିବି

ଯାହା ଅନୁଦାନ ଦିଆଇଦେବି

ମନ ଫଣେଇ ଗଲା

ଭାବିଲି ଏଥର ପତ୍ରିକା ପାଇଁକି

ପଇସାର ଚିନ୍ତା ମୁଣ୍ଡରୁ ଗଲା।


ଦି'ଘଣ୍ଟା ପରେ ଫୋଓନ କଲେ

ଜଲଦି ପଠାଅ ଟଙ୍କା କହିଲେ

ପଞ୍ଜିକୃତ କରିଦେବି ଝଅଟ

ଶେଷହୋଇଯିବ ସବୁ ଝଂଝଟ

ଟଙ୍କା ତିନି ହଜାର

ଦେଇଦେଲେ ଥରେ ସବୁଦିନ ପାଇଁ

ସବୁ ଚିନ୍ତା ତୁମ ହୋଇବ ଦୂର।।


ଟଙ୍କା ପାଇ ମୁହଁ ବଙ୍କା କରିଲେ

କାଲି କରିଦେବି ବୋଲି କହିଲେ

କାଲି କାଲି ହୋଇ ଗଡ଼ିଲା ଦିନ

ଆଶ୍ୱାସନା ହେଲା ଦିବା ସପନ

ଏବେ ଶୁଣୁଛି ଭାଇ

ମୋ ପରି ଅନେକ ଗରାଖ ଅଛନ୍ତି

ଭାଇଙ୍କ ପକେଟ ଖରଚ ପାଇଁ।।


ସାହିତ୍ୟର ସେବା ଏମିତି ହୁଏ

କେଉଁପରି ଭାଇ ଜାଣିବ କିଏ

ନିଜ କାନ ମୋଡ଼ି ଚାପୁଡ଼ ଖାଇ

ବସିଛି ଚୁଉପ ମୁହଁ ଝୁଲେଇ

ଏଇ ଆର ମାସକୁ

ପତ୍ରିକା ଆମର ବିମୋଚନ ହେବ

ଶୁଣିବ କେ କହିବି ବା କାହାକୁ।


ହାତ ଯୋଡ଼ି ଭାଇ କରେ ଜୁହାର

ଓଡ଼ିଆ ସାହିତ୍ୟ ପ୍ରେମୀ ଆବର

"ଫୁରୁଷି" ଭାଇଙ୍କୁ ଗୋଇଠା ମାରି

ସଭାପତି ପଦୁ ଦିଅ ହେ ଠେଲି

ହେଉ ଭାଷାର ଜୟ

ଏମିତି ମୁଖିଆ ରହିଥିଲେ ଠିଆ

ଭାଷା ସାହିତ୍ୟର ହେବ ବିଲୟ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational