STORYMIRROR

Parsuram Sahoo

Inspirational

3  

Parsuram Sahoo

Inspirational

ଶିଶୁ ଦିବସ

ଶିଶୁ ଦିବସ

1 min
412

ଶିଶୁ ସତେ ଏକ ଫୁଲ କଢ଼ି ପରି

ଶିଶୁ ପୁଣି କିଛି କଞ୍ଚା ମାଟି ପରି,

ଛୋଟ ଶିଶୁଟିର କୋମଳ ମନ

ମନରେ ଥାଏ ତା କେତେ ସପନ। (୧)

ସପନେ ତା ଥାଏ ଅନେକ ଆଶା

ଭାବେ ସେ ଏ ଦୁନିଆକୁ ଭରସା,

ଏହି ଦୁନିଆରୁ ଯାହା ସେ ଦେଖେ

ଅଳ୍ପ ଦେଖି ସେ ଅନେକ ଶିଖେ। (୨)

ସେ ଅଟେ ଦେଶର ଭାବୀ ନାଗରିକ

ତା ମଧ୍ୟେ ଦେଶର ଥାଏ ଭବିଷ୍ୟତ

ଶିଶୁ ହସିଲେ ଏ ଦୁନିଆ ହସେ

ସେହି ଟିକି ହସେ ଜଗତ ବାସେ। (୩)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational