STORYMIRROR

Parsuram Sahoo

Others

4  

Parsuram Sahoo

Others

ଆହେ ଜଗନ୍ନାଥ

ଆହେ ଜଗନ୍ନାଥ

1 min
1.0K

    

ହେ ବିଶ୍ଵ ନିୟନ୍ତା ଜଗତ କରତା

ଆହେ ପ୍ରଭୁ ଜଗନ୍ନାଥ

ତୁମ ଇସାରାରେ ଚାଲେ ଏ ସଂସାର

ତୁମେ ପରା ସର୍ବବ୍ୟାପ୍ତ। (୧)

ତୁମେ ନାରାୟଣ କରୁଣା ସାଗର

ତୁମେ ଅଟ ଅନ୍ତର୍ଯ୍ୟାମୀ

ଅନନ୍ତ ଅସୀମ ଅନୁପମ ତୁମେ 

ଆହେ ଜଗନ୍ନାଥ ସ୍ୱାମୀ।(୨)

ନୀଳାଚଳ ଧାମେ ରତନବେଦିରେ

ପ୍ରଭୁ ତୁମେ ବସିଅଛ

ଦୁନିଆରେ ଯେବେ ଯାହା ଘଟୁଅଛି

ସବୁ ତୁମେ ଦେଖୁଅଛ। (୩)

ଲୀଳାମୟ ପ୍ରଭୁ ଦୟାର ଠାକୁର

ଏତିକି କରୁଛି ମିନତୀ

ରଖିଥାଅ ପ୍ରଭୁ ତୁମରି ଆଶିଷ 

ଘେନ ମୋର ଏହି ପ୍ରଣତି।(୪)

              

             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍