STORYMIRROR

Parsuram Sahoo

Classics Inspirational Children

4  

Parsuram Sahoo

Classics Inspirational Children

ବାପା

ବାପା

1 min
70

          

ପିଲାଦିନରୁ ମୁଁ ଯେ ଦେଖିଆସିଅଛି 

       ପରିବାରପାଇଁ ତୁମ ସଂଘର୍ଷ

ପରିବାର ବୋଝ କାନ୍ଧରେ ବୋହି

       ବିତିଯାଇଅଛି ତୁମ ବୟସ।

ଆବଶ୍ୟକତା ଆମ ପୂରଣ କରିଛ

      ଯାହା ମାଗିଛୁ ତାହା ଦେଇଛ

ଭୁଲ କଲେ ଆମେ ତାଗିଦ କରିଛ

     ଉଚିତ ଶିକ୍ଷା ଆମକୁ ଦେଇଛ। 

ତ୍ୟାଗ ଓ ନିଷ୍ଠାର ମୂର୍ତ୍ତିମନ୍ତ ପ୍ରତୀକ

     ତୁମ ଚରଣରେ କୋଟି ପ୍ରଣାମ

ତୁମର ଋଣ ମୁଁ ଶୁଝିପାରିବିନି 

      ବିତିଗଲେ ପଛେ ସାରା ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics