STORYMIRROR

Parsuram Sahoo

Others

3  

Parsuram Sahoo

Others

ଶ୍ରୀଗୁଣ୍ଡିଚା

ଶ୍ରୀଗୁଣ୍ଡିଚା

1 min
118

ନୀଳାଚଳ ଧାମେ ଭିଡ଼ ଜମିଲାଣି

ହେଲାଣି ଭକତ ମେଳି

ବଡ଼ଦାଣ୍ଡେ ଖେଳେ ଖୁସିର ଲହରି

କାଳିଆ ଆସିବ ବୋଲି।

ଟାହିଆ ହଲେଇ ଝୁଲି ଝୁଲି କରି

ଠାକୁର ପହଣ୍ଡି କରିବେ

ଗଜପତି ରାଜା ଦିବ୍ୟସିଂହ ଦେବ

ଛେରା ପହଁରା ଯେ କରିବେ।

ଚତୁର୍ଦ୍ଧା ମୂରତି ରଥେ ବିଜେ ହୋଇ

ଗୁଣ୍ଡିଚା ମନ୍ଦିର ଯିବେ

ବାଟେ ଗଲାବେଳେ ମାଉସୀ ମା' ଘରେ

ପୋଡ଼ପିଠା ପୁଣି ଖାଇବେ।

ବରଷକେ ଥରେ ଭକତ ପାଇଁ ସେ 

ମନ୍ଦିରୁ ଆସନ୍ତି ବାହାରି

ସବୁ ଭକତଙ୍କୁ ଦରଶନ ଦେଇ

ଶୁଣନ୍ତି ସଭିଙ୍କ ଗୁହାରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍