STORYMIRROR

Parsuram Sahoo

Children Stories

3  

Parsuram Sahoo

Children Stories

ସରିଗଲା ପୂଜାଛୁଟି

ସରିଗଲା ପୂଜାଛୁଟି

1 min
381

କୁନା ମାମୁଁ ଘର ଯାଇଥିଲା

ଛୁଟିରେ ସେ କେତେ ଖେଳିଥିଲା।

ମାମୁଁ ମାଇଁ ସାଙ୍ଗେ ବୁଲିଥିଲା

କେତେ ଖେଳନା ସେ କିଣିଥିଲା।

ପୂଜା ଛୁଟି ଆଜି ସରିଗଲା 

ସ୍କୁଲ ସବୁ ପୁଣି ଖୋଲିଗଲା।

କୁନା ମନ ଆଜି ଭଲ ନାହିଁ

ସାର୍ ଙ୍କ ପାଠ କରିନାହିଁ।

ସ୍କୁଲ ଯିବା ପାଇଁ ନାହିଁ ତା' ମନ

ଖେଳିବାକୁ କୁନା ହୁଏ ଉଛନ।

ହୁଅନ୍ତା କି ଛୁଟି ଆଉ କେତେ ଦିନ

କୁନା ଖେଳନ୍ତା ପୁଣି ରାତି ଦିନ।

ସରିଗଲା ପୂଜା ଛୁଟି ଆଜି

ସ୍କୁଲ ଯିବାପାଇଁ କୁନା ଅରାଜି।

କୁନା ବାପା ତାକୁ ନେଇଗଲେ

ସ୍କୁଲରେ ପୁଣି ଛାଡ଼ିଦେଲେ।

ସାଙ୍ଗସାଥି ଦେଖି ଖୁସି ହେଲା

ପାଠ ପଢ଼ାରେ ସେ ମନ ଦେଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍