STORYMIRROR

Parsuram Sahoo

Others

3  

Parsuram Sahoo

Others

ପଞ୍ଚକ

ପଞ୍ଚକ

1 min
245

କାର୍ତ୍ତିକ ମାସର ଶେଷ ପାଞ୍ଚଦିନ

ପଞ୍ଚୁକ ବ୍ରତ ହୋଇଥାଏ ପାଳନ। (୧)

ଆମିଷ ନିଷେଧ ଏହି ପାଞ୍ଚଦିନ

ଶୁଦ୍ଧ,ସାତ୍ତ୍ଵିକ ଖାଦ୍ୟ ହୁଏ ଭୋଜନ। (୨)

ବଗ ମଧ୍ୟ ଖାଏନାହିଁ ଆମିଷ

ସେ ବି ପାଳିଥାଏ କାର୍ତ୍ତିକ ମାସ। (୩)

ମାସକ ଯାକ ଯେ ପାଳି ନ ପାରେ

ଏହି ପାଞ୍ଚଦିନ ହବିଷ୍ୟ କରେ। (୪)

ଏହି ପାଞ୍ଚଦିନ ସାରି ପ୍ରାତଃସ୍ନାନ

କରନ୍ତି ସଭିଏଁ ମୁରୁଜ ଅଙ୍କନ। (୫)

ଏକ ଉଚ୍ଚ ବାଉଁଶ ଖୁଣ୍ଟ ଉପରେ

ଆକାଶଦୀପ ଜଳେ ପ୍ରତି ସନ୍ଧ୍ୟାରେ। (୬)

କାର୍ତ୍ତିକ ମାସର ଶେଷ ପୂର୍ଣ୍ଣିମା ଦିନ

ଡଙ୍ଗା ଭସାନ୍ତି ଥୋଇ ଗୁଆ, ପାନ। (୭)

ଏହିପରି ପାଳି ଏ ଧରମ ମାସ

କରନ୍ତି ସଭିଏଁ ନିଜ ପାପ ନାଶ। (୮)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍