STORYMIRROR

ତ୍ରିନାଥ ବେହେରା

Inspirational

3  

ତ୍ରିନାଥ ବେହେରା

Inspirational

ଆମ ଐତିହ୍ୟ

ଆମ ଐତିହ୍ୟ

1 min
366


ହେତୁ ହେଲା ଦିନୁ ଦେଖିଛି ତୋ ରୂପ

ତୋ କଳା ସଂସ୍କୃତିର ଅପୂର୍ବ ବୈଭବ

ତୋ ବକ୍ଷରେ କେତେ ପୁନେଇଁ ପରବ

ଯାତ ବିଭାଘର ସୁଷମା ଦରବ।


ରକତେ ବହୁଛି ତୋ ନଦୀର ଜଳ

ତୋର ଶୁଦ୍ଧ ବାୟୁ ସଞ୍ଚାରେ ଶରୀର

ତୋ ଦେହ ଛୁଆଁ ର ଶାକ ଓ ତଣ୍ଡୁଳ

ଦେହ ମୋ ଗଡିଛି ଭରିଣ ଉଦର।


ପିଲାଟି ବେଳରୁ ଦେଖିଛି ଶୁଣିଛି

ସୂତା କଣ୍ଡେଇର ତୁ ଏନ୍ତୁଡିଶାଳ

କାର୍ତ୍ତିକ ପୂର୍ଣ୍ଣିମା ଦିନ ବଡଦାଣ୍ଡେ

ଦେଖିନ୍ତି ଡେରାବେଶ ସକଳ

ଦୀପାବଳୀ ବାସି ଗୋବର୍ଦ୍ଧନ ପୂଜା

ଏକାଠି ସଭିଏଁ ଖାଆନ୍ତି ଭୋଜି

ଗାଁ ସାରା ଲୋକେ କୁଟୁମ୍ବ ବିଚାରି

ଭୁଲିଯାଇଥାନ୍ତି ଜାତି ଅଜାତି।


ଆହା କି ସୁନ୍ଦର ପୂଣ୍ୟ ବଡଦାଣ୍ଡ

ଯେଉଁ ଦାଣ୍ଡେ ରଥ ଦେଖେ ଜଗତ

ଏକ ପାର୍ଶ୍ବେ ବିଜେ ପ୍ରଭୁ ଜଗନ୍ନାଥ

ଆରକେ ଗୋପୀନାଥ ରଘୁନାଥ

ଜନ୍ମାଷ୍ଟମୀ ଦିନ କି ସୁନ୍ଦର ଶୋଭା

ଶ୍ରୀକ୍ଷେତ୍ର ର ଭ୍ରମ ଲାଗଇ ସହସା

ସାତଦିନ ପରେ ସାତପୁରୀଭୋଗ

ଗାଁ ସାରା ବିକ୍ରି ଲାଗଇ ସରାଗ

ସଞ୍ଜ ହେଲେ ଲାଗେ ଲୋକଙ୍କ ମେଳା

ନାନା ଆଲୋଚନା ତତ୍ତ୍ବ ମେଖଳା।


ଫଗୁଣରେ ଦୋଳ, ହୋଲିକା ପୋଡି

ପାଞ୍ଜି ଦେଖିବାକୁ ଲାଗେ ଗହଳି

ହୋଲି ଦିନ ଦେଖ ଲୋକଙ୍କ ସୁଅ

ଠାକୁର ଙ୍କ ଦହି ଖିଆ ର ମୋହ

ଏ ସବୁ ଗାଥାକୁ ଯେ ପ୍ରବାସେ ଥାଇ

ଶତ ପ୍ରୟାସେ ନ ଭୁଲିପାରଇ

ଶତ ଦଣ୍ଡବତ ମୋ ଜନ୍ମ ଭୂମି

ତୋ ଗୁଣ ଗାରିମା ନ ପାରେ ବଖାଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational