STORYMIRROR

Sukanti Hotta

Inspirational

3  

Sukanti Hotta

Inspirational

ବିଚିତ୍ର ଜୀବନ

ବିଚିତ୍ର ଜୀବନ

1 min
145

ହସିବା କାନ୍ଦିବା ଚିରନ୍ତନ ସତ୍ୟ

ଭାଗ୍ୟର ସବୁ ଖେଳ

ଦିନ ପରେ ରାତି ରାତି ପରେ ଦିନ

ଅଦଭୂତ ସଂସାର ମେଳ l


କାହାପାଖେ ଅଛି ଗାଡି କୋଠାବାଡ଼ି

କାହାର ଝୁପୁଡି ଘର

ସମୟର ଖେଳ ବଡ଼ ଯେ ବିଚିତ୍ର

ମିଛ ମାୟାର ସଂସାର l


ଅମାନିଆ ଝଡ଼ ଅଦିନିଆ ମେଘ

ଆସେ ସଭିଙ୍କ ଜୀବନେ

ଭାବିଚିନ୍ତି କରି ସୁକର୍ମ କଲେ

ରହିବ ଆନନ୍ଦ ମନେ l


ଧନୀଙ୍କ କୁକୁର ମାଉଁସ ଖାଇ

ଆନନ୍ଦେ ଏସିରେ ଶୁଏ

ଗରୀବ ମଣିଷ ଖରା ଗରମରେ

ଡହଳ ବିକଳ ହୁଏ l


ଧନୀ ଫିଙ୍ଗିଦ୍ୟନ୍ତି କୁଢ଼କୁଢ଼ ଖାଦ୍ୟ

ମଇଳା ଡଷ୍ଟବିନରେ

ବିଚରା ଗରୀବ ଖାଦ୍ୟ ମୁଠେ ପାଇଁ

ବୁଲୁଥାଏ ଘରେଘରେ l


ରୂପ ଯୌବନ ଧନ ସମ୍ପତ୍ତି

ଗର୍ବ ଆଉ ଅହଂକାର

ଅଢେଇ ଦିନର କୁଣିଆ ଏମାନେ

କ୍ଷଣିକ ସୁଖ ମାତର l


କ୍ଷଣିକ ସୁଖକୁ ମନୁ ତ୍ୟାଗ କରି

କରୁଥିଲେ ଭଲ କର୍ମ

ମଣିଷ ଜନମ ସାର୍ଥକ ହୋଇବ

ମାନବ ସେବା ହିଁ ଧର୍ମ


ଚଲାପଥ ଭରା ଫୁଲ କଣ୍ଟାରେ

ଡରିବାନି ଆମେ ପରା

ରାଗ ହିଂସା ଭୂଲି ପ୍ରଭୁ ନାମ ନେଲେ

ସୁନ୍ଦର ହୋଇବ ଧରା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational