STORYMIRROR

pranati Mahapatra

Inspirational Others

3  

pranati Mahapatra

Inspirational Others

ଖୋଲି ଦିଅ ହୃଦୟ ଦରଜା

ଖୋଲି ଦିଅ ହୃଦୟ ଦରଜା

1 min
209

ଏତେ ଗର୍ବ ଅହଙ୍କାର କିଆଁ

ଥରେ ମଶାଣି ଆଡେ ବୁଲିଆସ,

ଏତେ ବାଦ ହିଂସା ମନେ ତୁମ

କିଛି କ୍ଷଣ ଡାକ୍ତରଖାନାରେ ବସ।

ଜୀବନର ମୂଲ୍ୟ କଣ

ଅର୍ଥ ପ୍ରତିପତ୍ତିର ଆବଶ୍ୟକ କାହିଁକି

ମନ ବିବେକ ର ଲଢେ଼ଇ।

କଂସେଇଖାନାର ନିରୀହ ପଶୁପକ୍ଷୀଙ୍କ

 ଆତ୍ମାର ବିଳାପକୁ କାନ ଡେରି ଶୁଣ।

ମାଟିର ଶରୀର ମାଟିରେ ମିଶିଯିବ ସିନା।

କିଛି ଲାଭ ନାହିଁ ଅହମିକା ର।

ନିରୀହ ସରଳତାରେ

ପରକୁ ଆପଣାର କରି ଅପରକୁ ଭଲପାଇବା ଦେଇ 

ଥରେ ଅନୁଭବ କର।

ଭଲପାଇବାରେ ଆତ୍ମସନ୍ତୋଷ ଲାଭ ହୁଏ।

ମାନସିକ ଶାନ୍ତି ମିଳିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational