STORYMIRROR

Brundaban Dash

Inspirational

3  

Brundaban Dash

Inspirational

ମୋ ପରିଚୟ ନୁହେଁ ଗରୀବ

ମୋ ପରିଚୟ ନୁହେଁ ଗରୀବ

1 min
342

ମୋ ପରିଚୟ ନୁହେଁ ଗରୀବ

ଯିଏ ସହି ସହି ଖାଲି ମରିବ |


ମୋର ବି ଆଖିରେ ଆଖିଏ ସପନ

ପୂରଣ କରିବାକୁ କରେ ଯେ ଯତନ |


ବିଶ୍ବାସ ଅଛି ମୋ କର୍ମ ଉପରେ

ଯାହା ଫଳି ଉଠିବ ଦିନେ ତ ସତରେ |


ହଟି ନାହିଁ କେବେ ହଟିବି ନାହିଁ ମୁଁ

ଜୀବନର କର୍ମ ପଥରେ |


ଅଚଳ ପର୍ବତ ବହୁ ଥିବା ନଈ

କର୍ମ ନିଜର ତ ଭୁଲି ଯାନ୍ତି ନାହିଁ |


ବୁଦ୍ଧିମାନ ଜୀବ ମଣିଷ ହୋଇ ମୁଁ

ଅଳସୁଆ ହୋଇ ପଛେ ଯିବି ରହି?


କର୍ତ୍ତବ୍ୟ ପଥେ ଅଗ୍ରସର ହୋଇ

ଗରୀବ ଭଳି ଅଭିଶାପକୁ ନିଶ୍ଚେ ଦେବି ମୁଁ ଧୋଇ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational