Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Brundaban Dash

Others

4.3  

Brundaban Dash

Others

ଜୀବନ ମାନେ ହିଁ ତ ସଂଘର୍ଷ

ଜୀବନ ମାନେ ହିଁ ତ ସଂଘର୍ଷ

1 min
485


ସଂଘର୍ଷ ତ ଆରମ୍ଭ ହୁଏ ମାତୃ ଗର୍ଭ ରୁ

ବାହାରିବାକୁ ଅନ୍ଧର ଓ ସଂକୀର୍ଣ୍ଣ ଜାଗାରୁ |


ସଂଘର୍ଷ ପେଟ ପୁରେଇବାକୁ

କାନ୍ଦିବାକୁ ପଡ଼େ ଦି ଟୋପା କ୍ଷୀର ପାଇବାକୁ |


ସଂଘର୍ଷ ଦି ପାଦ ଚାଲିବାକୁ

ମାଧ୍ୟାକର୍ଷଣ ର ବିପରୀତ କୁ ଯାଇ ଉଠିବାକୁ |


ସଂଘର୍ଷ ମନ ପସନ୍ଦ ର ପାଇବାକୁ ଚିଜ

ଖେଳନା ଟିଏ ହଉ କି ବେଲୁନ କରିବାକୁ ପଡ଼େ ଜିଦ |


ସଂଘର୍ଷ ଖେଳଘର ଛାଡି ଚାଟଶାଳୀ ଯିବାର

ଛାଡି ମା କୋଳ ଛାଡି ବାଲିଖେଳ ଦୁଃଖ ବିଦ୍ୟାଳୟ ଯିବାର |


ସଂଘର୍ଷ ଶ୍ରେଣୀରେ ହେବାକୁ ପ୍ରଥମ

ଖେଳ, ଟିଭି ,କ୍ରିକେଟ ଛାଡି କରିବାକୁ ହେବ ପାଠ କାମ |


ସଂଘର୍ଷ କ୍ୟାରିଅର ଫାଷ୍ଟ କ୍ଲାସ ରଖିବାର

ବେଷ୍ଟ ଫ୍ରେଣ୍ଡ, ବାପା ମା ଙ୍କ ପଇସା ଖର୍ଚ୍ଚ ଡରରେ ପାଠ ପଢ଼ିବାର |


ସଂଘର୍ଷ ଜୀବନରେ ଭଲ ଚାକିରୀ କିମ୍ବା ବ୍ୟବସାୟ ବାଛିବାର

ଦିନରାତି ଇଣ୍ଟରଭିୟୁ ଆଉ ଲୋନ କରି ବ୍ୟାଙ୍କ ର ଚକ୍କର କାଟିବାର |


ସଂଘର୍ଷ ଭଲ ଜୀବନ ସାଥି ବାଛିବାର

କେବେ ପ୍ରେମ କୁ ଧରି ପ୍ରେମ କୁ ଧରି ଦୁଇ ପରିବାର ଯୋଡିବାର |


ସଂଘର୍ଷ ବାପା ମା ଆଉ ସ୍ତ୍ରୀ କୁ ସମାନ ତରାଜୁରେ ରଖିବାର

କେବେ ବାପା ମା ଙ୍କୁ ବୁଝେଇ ସ୍ତ୍ରୀ କୁ ଧମକେଇ ଅନିଚ୍ଛା ଜୀବନ ଜିଇଁବାର |


ସଂଘର୍ଷ ନିଜ ସନ୍ତାନ କୁ ଦୁନିଆ ଦାଣ୍ଡରେ ଠିଆ କରିବାର

ଦିନରାତି ଖଟି ପେଟରୁ ବି କାଟି ଉଚିତ ମାର୍ଗରେ ଗଢି ତୋଳିବାର |


ସଂଘର୍ଷ ନିଜ ବାର୍ଦ୍ଧକ୍ୟ ଜିଇଁ ବାର

କେତେ ଯେ ଗଞ୍ଜଣା ଦୁରାରୋଗ୍ୟ କଷ୍ଟ ସାଥୀ ବିଛେଦ କଷ୍ଟ ସହିବାର |


ସଂଘର୍ଷ ଶରୀର କୁ ଆତ୍ମା ଛାଡିବାର

ଅବଶ ଶରୀର କ୍ଲାନ୍ତ ଜୀବନ ମୋହ ମାୟା ଅର୍ଜିତ ସବୁକିଛି ଛାଡିବାର |


ସଂଘର୍ଷ "ଜୀବନ ମାନେ ହିଁ ସଂଘର୍ଷ " ଏତକ ବୁଝିବାର

ଗୁଡ଼େଇତୁଡେଇ ମୋହ ମାୟା ଜାଲରେ ପରଂବ୍ରହ୍ମଙ୍କୁ ମନୁ ଭୁଲିଯିବାର |



Rate this content
Log in