STORYMIRROR

Brundaban Dash

Others

3  

Brundaban Dash

Others

ଆଜିବି ଖୋଜେ ସେ ଅଚିହ୍ନା ମଣିଷଟିକୁ

ଆଜିବି ଖୋଜେ ସେ ଅଚିହ୍ନା ମଣିଷଟିକୁ

1 min
479

ଧୁ ଧୁ ଖରା ବେଳ

ମୁଣ୍ଡ ଫଟା ତାତି ସାଜି ଥାଏ ତ କାଳ |


ଗାଡି ଗଡି ଚାଲି ଥାଏ ମୋ ଘର ଅଭିମୁଖେ

ହଠାତ ଶୋଷରେ ମୋ ତଣ୍ଟି ଭାରି ସୁଖେ |


ଅଂଶୁଘାତରେ ଦେହ ଥଣ୍ଡା ଆସିଥାଏ ପଡି

ଗାଡ଼ି ଟା ରଖି ହଠାତ ରାସ୍ତା କଡେ ଗଲି ମୁଁ ପଡି |


କଷ୍ଟ ଭରା ଆଖି ଖୋଲେ ଧୂଆଁ ଳିଆ ଦିଶେ

ଦେଖିଲି ବାପା ମା ବସିଛନ୍ତି ପାଶେ |


ଡାକ୍ତରଙ୍କ ପାଶୁ ଶୁଭେ ଧନ୍ୟ ସେ ମଣିଷ

ଠିକ ସମୟରେ ଆଣି ପହଂଚାଇଲା ଆମ ପାସ |


କିଛି ଦିନ ପରେ ମୁଁ ତ ଘରକୁ ଯାଏ ଫେରି

ଆଜିବି ଖୋଜେ ସେ ଅଚିହ୍ନା ମଣିଷକୁ ଭାରି |


ଆଜିବି ଏପରି ମଣିଷ ଅଛନ୍ତି କି ଭାବେ

ମନରୁ କୃତଜ୍ଞତା ଆପେ ଆପେ ଆସେ |

""ଧନ୍ୟ ସେ ପରୋପକାରୀ ମଣିଷ ""



Rate this content
Log in