STORYMIRROR

Brundaban Dash

Children

2  

Brundaban Dash

Children

ଗୁରୁଙ୍କ ପରି କିଏ ହେବ

ଗୁରୁଙ୍କ ପରି କିଏ ହେବ

1 min
168

ମୋ ଗୁରୁଙ୍କ ପରି କିଏସେ ହେବ, 

ସିଏ ଦିବିଧା ମାରି ଶିଖାନ୍ତି ପାଠ 

ଭଲ ନମ୍ବର ରଖିଲେ ମନେ ନାଚନ୍ତି 

ମୁଖ ଥାଏରେ ଶାନ୍ତ ଥାଏ ତାଙ୍କରି ଓଠ 

ମୋ ଗରୁଙ୍କ ପରି କିଏସେ ହେବ, 

ଜୀବନ ଯୁଦ୍ଧ ରେ ଧରେଇ କାତ 

ବାହିବା ଶିଖାନ୍ତି ସିଏ ଜୀବନ ନାବ

ମୋ ଗୁରୁଙ୍କ ପରି ସତରେ କିଏସେ ହବ, 

ମନେ ମାରି ଆଶା ତାଙ୍କ ଅସୁମାରୀ 

ମୋ ଚିନ୍ତା ଥାଏ ତାଙ୍କ ମନରେ ଭରି 

କାଳେ ଆଣ୍ଠୁ ମାଡି ତଳେ ଯିବି ମୁଁ ପଡି 

ତେଣୁ ସତର୍କ ଥାନ୍ତି ମୋ ପାଇଁ ଅଣ୍ଟାକୁ ଭିଡି 

ସେ କଷ୍ଟର ମୂଲ୍ୟ ତାଙ୍କୁ କିଏସେ ଦେବ 

ସତେ ମୋଗୁରୁଙ୍କ ପରି କିଏସେ ହେବ, 

ଖରା ବର୍ଷା କୁ ଯିଏ ଭୃକ୍ଷେପ ନକରି 

ଆଗେ ଛିଡା ହେଇ ଥିଲେ ଯିଏ କଳା ପଟାକୁ ଧରି 

ଜୀବନ ସାରିଦେଲେ ଯିଏ ଖଡି଼କୁ ଧରି 

ସେଇ ତ୍ୟାଗର ମୂଲ୍ୟ ତାଙ୍କୁ କିଏସେ ଦେବ 

ସତରେ ମୋ ଗୁରୁଙ୍କ ପରି ଆଉ କିଏସେ ହେବ? 

ଜୀବନରେ ବୋଧେ ବୃନ୍ଦାବନ କିଛି ନକରେ 

ବିଫଳ ହୋଇ ପଛକେ ଜୀବନକୁ ସମ୍ଭାଳେ 

କେବେ ବି ଗୁରୁ କୃତଘ୍ନ ନୁଁହେଟି ସିଏ 

ଆଜି ଏ କବିତା ସେମାନଙ୍କୁ ଭେଟି ସେ ଦେବ 

ସତରେ ମୋ ଗୁରୁଙ୍କ ପରି ଆଉ କିଏ ନଥିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children