STORYMIRROR

Brundaban Dash

Tragedy Inspirational

3.3  

Brundaban Dash

Tragedy Inspirational

ଜୀବନ ର ଚଲାପଥେ

ଜୀବନ ର ଚଲାପଥେ

1 min
13.2K


 

ଜୀବନର ଚଲା ପଥେ,କେତେ ଯେ ଖାଲ କେତେ ଯେ ଢିପ

ତାକୁ

ଗଣି ହୁଏନା ସତେ ।

କେଉଁଠି

କଟକ ସହର ଭଳି ଗହଳି ତ

କେଉଁଠି

ଶ୍ମଶାନର ଶୂନ୍ୟତା ।

କେଉଁଠି

ନିଜେ ନିଜେକୁ ଖୋଜି ପାଇ ହୁଏ

କେଉଁଠି

ହଜିଯାଏ ନିଜର ନିଜସ୍ଵ ,

ତଥାପି

ବଞ୍ଚି ଚାଲିଛି ଓଜନ ଟ୍ରକ ର ଫଟା ଚକା ଭଳି ।

କେଉଁଠି

ଖୋଜୁଥିବା ଜିନିଷଟି ଆପେ ଆପେ ଆସି ଧାରା ଦିଏ ତ

କେଉଁଠି

ଖୋଜୁଥିବା ଜିନିଷଟି ହଜି ଯାଏ

ମରୁ

ମରୀଚିକା ଓ ଚୋରା ବାଲି ଭଳି।

ନିର୍ଜନ

ବେଳେ ନିଜକୁ ନିଜେ ବସି ପଚାରେ

କଣ

ୟାକୁଇ କୁହନ୍ତି ଜୀବନ ,

ଏଥିପାଇଁ

କଣ ଆସିଥିଲି ଏଇ ଦୁନିଆ ର ବିଚିତ୍ରମୟ ରଙ୍ଗମଞ୍ଚକୁ ?

କାହାକୁ

ଠିକ ବୋଲି ଧରିନେବି ?

ଯାହା

ଘଟି ଯାଉଛି ଭାଗ୍ୟରେ ,ନା ଯାହା ଘଟୁଛି ଭାଗ୍ୟର ଆଢୁଆଳ ରେ,

ଦୁଃଖ କରିବି ଯାହା ନିଜ ସହ ଘଟୁଛି ତାପାଇଁ,

ନା

ବିଶ୍ୱାସ ରଖିବି ”ଭଗବାନ ଯାହା

କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ” ଲୋକକଥା

ଉପରେ।

ଯାହାବି

ହଉ ମୋତେ ମଜା ନେବାକୁ ହବ ଶ୍ରେଷ୍ଠ ଜୀବନ ମଣିଷର

ଅଭିନୟ

କରିବାକୁ ହବ ମୋ ଚରିତ୍ରର ,ଉତ୍ତୀର୍ଣ

ହେବାକୁ ହେବ ଭଗବାନଙ୍କ ପରୀକ୍ଷାରେ।

ହେଲେ

କଣ ହବ କଷ୍ଟ ସହିନପାରି ହେଇଯାଏ ଧୈର୍ଯ୍ୟ ହରା

ଯାହା

ହେଲେବି ମୁଁ ରକ୍ତ

ମାଂସର ଜୀବ ମନିଷଟିଏନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy